ମାଳଦା ପଞ୍ଚାୟତ ବିଜେପି କମିଟି ଗଠିତ
ଭଣ୍ଡାରିପୋଖରୀ: ଏହି ବ୍ଲକର ଭାରତୀୟ ଜନତା ପାର୍ଟି ମାଳଦା ପଞ୍ଚାୟତସ୍ତରୀୟ ନୂତନ କମିଟି ମଣ୍ଡଳ ସଭାପତି ରଞ୍ଜନ କୁମାର ପରିଡାଙ୍କ ଉପସ୍ଥିତିରେ ଚୟନ କରାଯାଇଛି । ରାକେଶ ସାମଲ ପଞ୍ଚାୟତ ସଭାପତି, ସୁରେନ୍ଦ୍ର ଦାସ ଉପସଭାପତି, ଗଣେଶ ଦାସ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ଦଳର ସଙ୍ଗଠନକୁ ତୃଣମୂଳସ୍ତରରେ ସୁଦୃଢ କରି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ କରିବାକୁ ମଣ୍ଡଳ ସଭାପତି ଶ୍ରୀ ପରିଡା ନୂତନ କମିଟିକୁ ପାମର୍ଶ ଦେଇଥିଲେ ।