ଲାଞ୍ଚ ମାମଲାରେ ଡାକ୍ତରଙ୍କୁ ୩ ବର୍ଷ ଜେଲ୍

ଫୁଲବାଣୀ :  ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା ଏକ ଲାଞ୍ଚ କାରବାର ମାମଲାରେ ଜଣେ ଡାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ତାଙ୍କୁ ଜରିମାନା ମଧ୍ୟ କରାଯାଇଛି । ସେ ହେଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପୂର୍ବତନ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ନିଶିଥ ନିଶାନ୍ତ ମାଲୁ । ବର୍ତ୍ତମାନ ସେ ତାଳଚେର ଉପଖଣ୍ଡ ଚିକିସôାଳୟରେ ମେଡିକାଲ ଅଫିସର ଅଛନ୍ତି । ମିଳିଥିବା ସୂଚନା ଅନୁସାରେ, ୨୦୨୧ରେ ଜଣେ ପୁରୁଷ ସ୍ୱାସ୍ଥ୍ୟ କର୍ମୀଙ୍କ ବିଭିନ୍ନ କାର୍ଯ୍ୟ ବାବଦ ବିଲ ପାସ କରି ଦେବା ପାଇଁ ଡା.ମାଲୁ ୭୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ସ୍ୱାସ୍ଥ୍ୟକର୍ମୀ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ବିଭାଗ ଯୋଜନା ଅନୁସାରେ ଲାଞ୍ଚ ନେଉଥିବା ବେଳେ ଡା.ମାଲୁଙ୍କୁ ଗିରଫ କରିଥିଲା । ଏ ନେଇ ଭିଜିଲାନ୍ସ ପକ୍ଷରୁ ୭/୨୧ରେ ମାମଲା ରୁଜୁ ହୋଇଥିଲା ।