ବରିଷ୍ଠ ନାଗରିକ ସଂଘର ପ୍ରତିଷ୍ଠା ଦିବସ


 ଯାଜପୁର: ଜିଲା ସମ୍ପର୍କ ବରିଷ୍ଠ ନାଗରିକ ସଂଘ ଯାଜପୁରର ପ୍ରତିଷ୍ଠା ଦିବସ ଓ ଦ୍ୱିତୀୟ ବାର୍ଷିକ ଉତ୍ସବ ମା’ହିଙ୍ଗୁଳା  ପୀଠ ଶଙ୍ଖଚିଲା ଠାରେ ପାଳିତ ହୋଇଯାଇଛି । ସଂଗୀତ ମହାବିଦ୍ୟାଳୟ ଛାତ୍ରୀ ସ୍ମିତାପ୍ରଜ୍ଞା ବେହେରାଙ୍କ ଦ୍ୱାରା ବନେ୍ଦ ଉକôଳ ଜନନୀ ଗାନ କରାଯାଇ ଦିବସକୁ ଉଦଘାଟନ କରାଯାଇଥିଲା ।  ସଭାପତି ଚକ୍ରଧର ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ, ସମ୍ପାଦକ ଶ୍ରୀଧର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ଅତିଥି ଭାବରେ ନେମ ଆଣ୍ଡ ଫେମର ପ୍ରତିଷ୍ଠାତା ବନୋଜ କୁମାର ଜେନା ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କ ଉଦେ୍ଦଶ୍ୟରେ ନିଜସ୍ୱ ଅଭିଭାଷଣ ରଖିଥିଲେ । ଶିକ୍ଷାବିତ ତଥା ହିଙ୍ଗୁଳା କମିଟିର ସଭାପତି କୃଷ୍ଣଚନ୍ଦ୍ର ସାହୁ ବରଷ୍ଠ ନାଗରିକ ମାନଙ୍କ ମହତ୍ୱ ବୁଝାଇବାକୁ ଯାଇ ପୁରାଣ ସମ୍ବନ୍ଧରେ ନିଜର ଅଭିଭାଷଣ ରଖିଥିଲେ । ହିଙ୍ଗୁଳା କମିଟିର ସମ୍ପାଦକ କୃଷ୍ଣ ଚନ୍ଦ୍ର ସାହୁ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସହଯୋଗକୁ ଆଲୋକପାତ କରିଥିଲେ । ସଙ୍ଘର କୋଷାଧକ୍ଷ ଗୋପାଳ ଦାସ, ଆଞ୍ଚଳିକ କୀର୍ତ୍ତନ ସଙ୍ଘର ସଭାପତି ତଥା ବରିଷ୍ଠ ସଭ୍ୟ ଧନେଶ୍ୱର ନାଥ, ବରିଷ୍ଠସଭ୍ୟ ମଧୁସୂଦନ ସାହୁ, ଉପେନ୍ଦ୍ର କୁମାର ସ୍ୱାଇଁ, ବଳରାମ ବାରିକ, ଭରତଚନ୍ଦ୍ର ମଲିକ, ନୀଳମଣି ବେହେରା, ନବଘନ ବିନ୍ଧାଣି, ମଧୁସୂଦନ ସାହୁ, ଗୋପୀନାଥ ନାୟକ, ପ୍ରଫୁଲ୍ଲ କୁମାର, ପୂର୍ଣ୍ଣଚନ୍ଦ୍ର ସାହୁ, ବେଣୁଧର ଗୁରୁ, କୁଳମଣି ସାହୁ, ଭଗବାନ ପାତ୍ର, ବାଇଧର ଦାସ, ଅଚ୍ୟୁତାନନ୍ଦ ସାହୁ, ପ୍ରଭାକର ସାହୁ, ମଣି ଚନ୍ଦ୍ର ପାଢ଼ୀ, କାଶୀନାଥ ସାହୁ, ବିମ୍ବାଧର ସାହୁ, ଲକ୍ଷ୍ମୀଧର ଦାସ, ଆନନ୍ଦ ଚନ୍ଦ୍ର ସାହୁ, ଜଗନ୍ନାଥ ବିନ୍ଧାଣି, ଈଶ୍ୱର ସାହୁ, ଧରଣୀ ପାତ୍ର, ଶରତ ଚନ୍ଦ୍ର ପୃଷ୍ଟି, ଦଶରଥ ସାହୁ, ପଞ୍ଚାନନ ସାହୁ, କୈଳାଶ ଚନ୍ଦ୍ର ପଣ୍ଡା, ଶିକ୍ଷାବିତ ସନ୍ତୋଷ କୁମାର ବେହେରା, ବନମାଳୀ ସାହୁ, ପ୍ରଫୁଲ ପଥାଳ, ପିତାମ୍ବର ସାହୁ, ବିମଳେନ୍ଦୁ ସାହୁ, ନିରଞ୍ଜନ ସାହୁ, ନବଘନ ବିନ୍ଧାଣି ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।