ଚୋରା ମଦ ବିକ୍ରେତାଙ୍କ ବିରୋଧରେ ଅଣ୍ଟା ଭିଡିଲେ ମହିଳା : ପୁଲିସ ଓ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବନ୍ଦ କରାନଗଲେ ଦେଲେ ଆନେ୍ଦାଳନ ଚେତାବନୀ

 ତିହିଡ଼ି: ଭଦ୍ରକ ଜିଲ୍ଲା ତିହିଡି ଥାନା କୋହ୍ଲ ପଞ୍ଚାୟତ ଅଧିନ ୫ ଓ ୬ ୱାର୍ଡ ଅଧିନ ବଡଦାଣ୍ଡ ଓ ଏହାର ଆଖପାଖରେ ·ଲିଛି ଚୋରା ମଦ ବିକ୍ରି । ନିର୍ଦ୍ଦିଷ୍ଟ ୩ ଜଣ ଚୋରା ମଦ ବିକ୍ରେତା ଗାଁକୁ ନିଶାରେ କବଳିତ କରି ରଖିଛନ୍ତି । ଅଧିକାଂଶ ସ୍ଥଳରେ ଯୁବ ଗୋଷ୍ଠୀ ଠାରୁ ଆରମ୍ଭ କରି ପରିବାରର ମୁରବୀ ନିଶାରେ ଚୂର୍ ହୋଇ ରହୁଛନ୍ତି । ରୋଜଗାର ହେଉଛି ବାଟବଣା । ପିଲାମାନେ ହେଉଛନ୍ତି ନଷ୍ଟ । ମଦ ପିଇ ମତୁଆଲା ସାଜି ଗାଁରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ କରିବାକୁ ପଛ ଘୁଞ୍ଚା ଦେଉ ନାହାଁନ୍ତି । ନିଶାସକ୍ତ ଅବସ୍ତାରେ ଜଣେ ବ୍ୟକ୍ତି ଗାଁରେ ପଶି ଅରାଜକତା କରିଥିବା ଅଭିଯୋଗ କରିଛନ୍ତି ମହିଳାମାନେ । ରବିବାର ରାତିରେ ସଂପୃକ୍ତ ଯୁବକ ଜଣକ ଲୋକଙ୍କ ବାଡ ଓ ତାଟି ଭାଙ୍ଗିବା ସହିତ ମହିଳାମାନଙ୍କୁ ଅଶାଳୀନ ବ୍ୟବହାର କରିଥିବା ଘଟଣାକୁ ନେଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୋମବାର ଅପରାହ୍ନରେ ଶତାଧିକ ମହିଳା କୋହ୍ଲ ବଡଦାଣ୍ଡରେ ଏକତ୍ରିତ ହୋଇଥିଲେ । ସେଠାରୁ ହାତରେ ଫ୍ଲା-କାର୍ଡ ସହ ଛାଡୁ ଓ ଛାଞ୍ଚୁଣୀ ଧରି ଏକ ଶୋଭାଯାତ୍ରାରେ ବାହାରି କୋହ୍ଲ ହୋମିଓପ୍ୟାଥିକ ମେଡିକାଲ ପର୍ଯ୍ୟନ୍ତ ପରିକ୍ରମା କରିବା ସହିତ ନାରାବାଜି କରିଥିଲେ । ପରେ ତିହିଡି ଆଇଆଇସିଙ୍କୁ ଭେଟି ଚୋରା ମଦ ବିକ୍ରେତାଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଦାବି କରିଥିଲେ । ଚୋରା ମଦ ବିକ୍ରେତାମାନଙ୍କ ପାଇଁ ଗାଁରେ ଦିନକୁ ଦିନ ଅରାଜକତା ସୃଷ୍ଟି ହେଉଛି । କେହି ପ୍ରତିବାଦ କଲେ ନାନାଦି ଧମକ ଚମକ ଦିଆଯାଉଛି । ଅବକାରୀ ବିଭାଗ ଉପରେ ସେମାନଙ୍କ ଭରଷା ତୁଟିଛି । 
ପୁଲିସ ପ୍ରଶାସନ ଏହାର ସ୍ଥାୟୀ ସମାଧାନ କରିବା ସହିତ ଚୋରା ମଦ ବିକ୍ରୟ ବନ୍ଦ କରିବାକୁ ଦାବି କରିଛନ୍ତି । ଏହାର ପୂନରାବୃତ୍ତି ହେଲେ ଆନେ୍ଦାଳନାତ୍ମକ ବାତାବରଣ ସୃଷ୍ଟି କରାଯିବ ବୋଲି ଏହି ମହିଳାମାନେ ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଶସ୍ମିତା ସାହୁ, ଉର୍ମିଳା ପଣ୍ଡା, ହେମଲତା ସାହୁ, ସ୍ୱର୍ଣ୍ଣଲତା ସାହୁ, ସୁମୋଚନା ରାଉଳ, ପ୍ରତିମା ସିଂ, ସବିତା ରାଉଳ, କବିତା ସେନାପତି, ଗୀତାଞ୍ଜଳୀ ଜେନା, ଶୁଭ୍ରାରାଣୀ ପଣ୍ଡା, ପ୍ରମିଳା ସାହୁ ପ୍ରମୁଖ ଶତାଧିକ ମହିଳା ସାମିଲ ହୋଇଥିବା ବେଳେ ଗାଁର ଆଇନ୍ଜୀବି ରବିନାରାୟଣ ପଣ୍ଡା, ପ୍ରଭାତ ସାହୁ, ଜିତେନ୍ଦ୍ର ସାହୁ, ଭାଗିରଥି ସାହୁ, ରାଜୁ ସାହୁ, ଜିତେନ୍ଦ୍ର ଜେନା, ଟୁନା ସାହୁ ପ୍ରମୁଖ ସମର୍ଥନ ଜଣାଇଥିବା ଜଣାଯାଇଛି । ତିହିଡି ପୁଲିସ ସର୍ବଦା ଚୋରା ମଦ ବିକ୍ରେତାଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରି ଆସୁଛି ଏବଂ ଏହି ଗାଁର ମଦ କାରବାର ସମ୍ପର୍କରେ ତଦନ୍ତ କରି ବିହିତ ପଦକ୍ଷେପ ନିଆଯିବ ବୋଲି ଆଇଆଇସି ପନ୍ନ୍ କୁମାର ନାୟକ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି  ।