ଲୁଟୁଛନ୍ତି ମୋରମ, ଚୁପ୍ ବସିଛି ବିଭାଗ
ଯଖପୁରା: କଳିଙ୍ଗନଗର ଶିଳ୍ପାଞ୍ଚଳରେ ବାଲି, ଗୋଡ଼ି, ମାଟିର ଅନେକ ଚାହିଦା । ରାସ୍ତା କାମ ଠାରୁ ଆରମ୍ଭ କରି ରେଳ ଧାରଣା ପ୍ରଶସ୍ତିକରଣ ପାଇଁ ଆବଶ୍ୟକ ହେଉଛି ଲଘୁ ଖଣିଜ ପଦାର୍ଥ । ବିଶେଷ କରି ମୋରମର ଚାହିଦା ଅନେକ । ମାତ୍ର କଳିଙ୍ଗନଗର ଶିଳ୍ପାଞ୍ଚଳରେ ମୋରମ ଖୋଳେଇ ପାଇଁ ଗ୍ରୀନ ଟ୍ରିବୁନାଲର ନିଦେ୍ର୍ଦଶ ନାହିଁ । କିନ୍ତୁ ବାଲି, ପଥର, ମୋରମ ଲୁଟ୍ ପାଇଁ କଳିଙ୍ଗନଗରରେ ମାଫିଆ ସକ୍ରିୟ ।
ଖାସ କରି ଦାନଗଦୀ ତହସିଲ ଅନ୍ତର୍ଗତ ପଙ୍କପାଳ, ନିମପଲି, ବଡସୁଳିଡିହ, ପଞ୍ଚବାଟିଆ, ମନୋହରପୁର, ମାନତୀରା ଆରଆଇ ସର୍କଲ ମୋରମ ମାଫିଆଙ୍କ ପାଇଁ ଭୂସ୍ୱର୍ଗ । ପ୍ରତ୍ୟେକ ଦିନ ଏହି ସବୁ ଅଞ୍ଚଳରୁ ଟ୍ରିପଟ୍ରିପ୍ ମୋରମ ଲୁଟ୍ ହେଉଛି । ଯଖପୁରା ପୁଲିସ ଦେଖି ନ ଦେଖିଲା ପରି ମନେ ହେଉଛି । ପୁଲିସ ନୀରବ ଦ୍ରଷ୍ଟା ସାଜିଥିବାର ଦେଖିବାକୁ ମିଳୁଛି । ପ୍ରତି ଦିନ ଯଖପୁରା ଥାନା ରାସ୍ତା ଦେଇ ଟ୍ରିପ ଟ୍ରିପ୍ ମୋରମ ଚାଲାଣ ହେଉଛି । କିନ୍ତୁ କୌଣସି ଦିନ ଯଖପୁରା ଥାନା ଅଧିକାରୀଙ୍କ ହାତରେ ମୋରମ ମାଫିଆ ଧରା ଦେଉନାହାନ୍ତି । ଅତଏବ ଜନସାଧାରଣଙ୍କୁ ବୁଝିବାକୁ ପଡୁଛି ଯେ ଯଖପୁରା ଥାନା ଅଧିକାରୀଙ୍କ ଜାଣତରେ ମୋରମ ଲୁଟ୍ ହେଉଛି । ଲଘୁ ଖଣିଜ ବିଭାଗ କଥା ନକହିବା ଭଲ । ଲଘୁ ଖଣିଜ ବିଭାଗର ଅଧିକାରୀଙ୍କୁ ଖବର ଦେଲେ ମଧ୍ୟ ଶୁଣିବାର ନାଆଁ ଧରୁ ନହାନ୍ତି । ଯେବେ ଠାରୁ ଲଘୁ ଖଣିଜ ଦ୍ରବ୍ୟର ତଦାରଖ ଦାଇତ୍ୱ ତହସିଲ ଅଧୀନରୁ ଲଘୁ ଖଣିଜ ବିଭାଗ ହାତକୁ ଗଲା ସେବେ ଠାରୁ ମୋରମ,ବାଲି ମାଫିଆଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳୁଛି । ଲଘୁ ଖଣିଜ ଅଧିକାରୀଙ୍କୁ କହିଲେ ସେମାନେ କହୁଛନ୍ତି ଆମ ପାଖରେ ଅଧିକାରୀ ସଂଖ୍ୟା କମ୍ ଅଛନ୍ତି । ପୁଣି ଆମକୁ ଜିଲା ସାରା ଦେଖିବାକୁ ପଡୁଛି । ଆମେ କଣ କରିବୁ କହି ହାତ ଟେକି ଦେଉଛନ୍ତି । ମୋରମ,ବାଲି ଲୁଟ୍ ହେବାର ଦେଖି ଲଘୁ ଖଣିଜ ବିଭାଗ ନୀରବ ଦ୍ରଷ୍ଟା ସାଜୁଛି । କିନ୍ତୁ ଏପଟେ ବାଲି,ମୋରମ ,ମାଟି ଲୁଟ୍ ହେବାରେ ଲାଗିଛି । ମୋରମ ମାଫିଆ ମାନେ ମୋରମ ଲୁଟ୍ ଏବେ ନୂତନ ନୂତନ କୌଶଳ ଆପଣେଉ ଥିବାର ଦେଖିବାକୁ ମିଳୁଛି । ଏହି ସାତଟି ମୌଜାରୁ ଅଦଳ ବଦଳ କରି ମୋରମ ଲୁଟ୍ ହେଉଛି । ଏହି ସାତୋଟି ମୌଜାରେ ଅନେକ ବେଆଇନ ମୋରମ ଖାଦାନ ଥିବାରୁ ମୋରମ ମାଫିଆଙ୍କୁ ଅନାୟାସାରେ ମୋରମ ଲୁଟ୍ ପାଇଁ ସୁବିଧା ହେଉଛି । ମୋରମ ମାଫିଆମାନେ ନୂତନ ନୂତନ ଢଙ୍ଗରେ ମୋରମ ଲୁଟ୍ କରୁଛନ୍ତି । ମୋରମ ପ୍ରଚୁର ପରିମାଣ ରେ ଉଠାଗଲେ ଅନେକ ହାଲ୍ଲା ଚିଲା ହେଉଥିବାରୁ ବା ଲୋକଙ୍କ ଦୃଷ୍ଟିରେ ଆସୁଥିବାରୁ ଦିନକୁ ମୋରମ ବେଶୀ ପରିମାଣ ନଉଠାଇ କେବଳ ହାତ ଗଣତି କିଛି ଟ୍ରିପ ଆନୁମାନିକ ଆଠରୁ ଦଶ ଟ୍ରିପ ମୋରମ ଉଠାଯାଉଛି । ଯେମିତିକି ସାଧାରଣ ଲୋକଙ୍କ ନଜର ରେ ପଡ଼ିବ ନାହିଁ ସେହି ଉପାୟରେ ମୋରମ ଲୁଟ୍ ହେଉଛି । ପୁଣି କେତେବେଳେ ମୋରମ ବୋଝେଇ ଗାଡ଼ି ଉପରେ କଳା ପାଉଁଶ ଘୋଡାଇ ଦିଆଯାଉଛି । ଯେମିତିକି ମୋରମ ଯାଉଥିବାର ଖବର କାହା ପାଖରେ ରହିବ ନାହିଁ । ମୋରମ ଯାଉଥିବା ଗାଡ଼ି ଉପରେ କଳା ପାଉଁଶର ଆସ୍ତରଣ ଦିଆଯାଉଛି । ଅନେକ ଚାଲାକିରେ ମୋରମ ଲୁଟ୍ ହେଉଛି ବୋଲି ସାଧାରଣ ରେ ଆଲୋଚନା ହେଉଛି ।ଏସବୁ ବିଷୟରେ ସ୍ଥାନୀୟ ଯଖପୁରା ପୁଲିସ ଜ୍ଞାତସାରରେ ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ମୋରମ ମାଫିଆ ଓ ତହସିଲ ଅଧିକାରୀ,ସ୍ଥାନୀୟ ଥାନା ଅଧିକାରୀ ଓ ଲଘୁ ଖଣିଜ ବିଭାଗର ଅଧିକାରୀଙ୍କ ମିଲି ଭଗତରେ ମୋରମ ଲୁଟ୍ ହେଉଛି ବୋଲି ସାଧାରଣ ଲୋକ ଅଭିଯୋଗ କରିଛନ୍ତି । ନ ହେଲେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ହେଉଥିବା ରାସ୍ତା କାମ ବା ନୂତନ ରେଳ ଧାରଣା ନିର୍ମାଣ ପାଇଁ କେଉଁଠୁ ଶହ ଶହ ଟ୍ରିପ ମୋରମ ଆସୁଛି । ଯେଉଁ ଅଂଚଳରେ ମୋରମ ଖୋଳେଇ ପାଇଁ ସବୁଜ ପରିବେଶର ମଞ୍ଜୁରୀ ନାହିଁ ସେ ଅଞ୍ଚଳରୁ ମୋରମ ଆସୁଛି କେଉଁଠୁ? ଯାହା ବର୍ତ୍ତମାନ ଲଘୁ ଖଣିଜ ବିଭାଗ,ସ୍ଥାନୀୟ ପୁଲିସ ଓ ଦାନଗଦୀ ତହସିଲଙ୍କୁ ସନେ୍ଦହର କାଠ ଗଡାରେ ଛିଡା କରିଛି । ଦେଖାଯାଉ କେବେ ଏହି ରହସ୍ୟର ଖୁଲାସା ହେଉଛି ତାହା ଦେଖିବାକୁ ବାକି ରହିଲା ।