ଲୁଟେରା ଗିରଫ ; ମୋବାଇଲ ଜବତ

ଭୁବନେଶ୍ୱର, ୭ା୯ : ଘରେ ସୋଇଥିବା ସମୟରେ ଘର ଭିତରେ ପଶି ମୋବାଇଲ ଚୋରି ଅଭିଯୋଗରେ ଲୁଟେରାକୁ ଗିରଫ କଲା ଭରତପୁର ଥାନା ପୁଲିସ । ତାଠାରୁ ଏକ ମୋବାଇଲ ଜବତ କରାଯାଇଛି । ଗିରଫ ଲୁଟେରା ହେଲା, ଭରତପୁର ବସ୍ତିର ମନୋଜ ସାହୁ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଯୋଗ୍ୟଯେ, ଗତ ଅଗଷ୍ଟ ମାସ ୪ ତାରିଖ ଅପରାହ୍ନରେ ଅଭିଯୋଗକାରିଣୀଙ୍କ ସ୍ୱାମୀ ଘରେ ସୋଇଥିବା ସମୟରେ ଲୁଟେରା ଜଣକ ଘରେ ପଶି ମୋବାଇଲ ଚୋରି କରି ଫେରାର ହୋଇଯାଇଥିଲା । ପରେ ଅଭିଯୋଗକାରିଣୀ ତାଙ୍କ ସ୍ୱାମୀଙ୍କ ମୋବାଇଲ ଚୋରି ହୋଇଥିବା ଜାଣିପାରି ସେ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଲୁଟେରାକୁ ଗିରଫ କରିଛି । ପରେ ତାଠାରୁ ଏକ ମୋବାଇଲ ମଧ୍ୟ ଜବର କରାଯାଇ ପରେ ତାକୁ କୋର୍ଟ ଚାଲାଣ କରାଯାଇଛି ।