ଯୁବତୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ ; ଅଭିଯୁକ୍ତ ଗିରଫ

ଯୁବତୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ ; ଅଭିଯୁକ୍ତ ଗିରଫ

  •  ଭୁବନେଶ୍ୱର, ୭ା୯ : ବିବାହ କରିବାକୁ ଯୁବତୀ ମନା କରିବାରୁ ତାଙ୍କର ଅଶ୍ଳୀଳ ଫଟୋଓ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିବା ପଡ଼ିଲା ମହଙ୍ଗା । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ନୟାପଲ୍ଲୀ ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲା, କଟକ ଜିଲ୍ଲା ନିଆଳିର ବାଦଲ ଦାସ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
     ସୂଚନା ଯୋଗ୍ୟଯେ, ପୂର୍ବରୁ ଅଭିଯୋଗକାରିଣୀ ନୟାପଲ୍ଲୀ ଅଞ୍ଚଳରେ ରହିବା ସହ ଅଭିଯୁକ୍ତଙ୍କ ସହିତ ପ୍ରେମ ସମ୍ପର୍କ ଥିବା ବେଳେ ଅଭିଯୁକ୍ତ ପିଡ଼ିତାଙ୍କ କିଛି ବ୍ୟକ୍ତିଗତ ଫଟୋ ଭିଡ଼ିଓ ଆଦି ନିଜ ମୋବାଇଲରେ ଉଠାଇ ରଖିଥିଲେ । ଏହାର କିଛିଦିନ ପରେ ପାରିବାରିକ ବିବାଦ ଯୋଗୁଁ ପୀଡ଼ିତା ତାଙ୍କ ସହିତ କୌଣସି ସମ୍ପର୍କ ରଖିନଥିଲେ । ଏହି ସମୟରେ ଅଭିଯୁକ୍ତ ବାଦଲ ଏହାର କିଛିଦିନ ପରେ ଅଭିଯୋଗକାରିଣୀଙ୍କୁ ଦେଖା କରିବାକୁ ଡାକିଥିଲେ ମଧ୍ୟ ସେ ଆସିନଥିଲେ । ଯାହାକୁ ନେଇ ଅଭିଯୁକ୍ତ ରାଗରେ ପୀଡ଼ିତାଙ୍କ ଗୁପ୍ତ ଅବା ଅଶ୍ଳିଳ ଭିଡ଼ିଓ ଓ ଫଟୋକୁ ସୋସିଆଲ ମିଡ଼ିଆରେ ପ୍ରସାରଣ କରିଥିଲେ । ଏହି ଘଟଣା ଜାଣିବା ପରେ ଅଭିଯୋଗକାରିଣୀ ଗତ ୬ ତାରିଖ ଦିନ ନୟାପଲ୍ଲୀ ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିବା ସହ ତାଠାରୁ ମୋବାଇଲ ଫୋନ୍ ଜବତ କରିଛି ।