ପୁଲିସକୁ ଧକ୍କା ମାରି ଫେରାର ଅଭିଯୁକ୍ତକୁ ସଜ୍ଜା

ପୁଲିସକୁ ଧକ୍କା ମାରି ଫେରାର ଅଭିଯୁକ୍ତକୁ ସଜ୍ଜା

  •  ଭୁବନେଶ୍ୱର, ୯ା୯ : ଭୁବନେଶ୍ୱର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ-୧ର ବିଚାରପତି ମୋନାଲିସା ଦାଶ, ତମାଣ୍ଡୋ ଥାନାର ଏକ ମାମଲାରେ ଅଭିଯୁଙ୍କୁ କୋର୍ଟ ଚାଲାଣ କରିବା ସମୟରେ ଜଣେ କର୍ତ୍ତବ୍ୟ ନିଷ୍ଠ ପୁଲିସ କର୍ମଚାରୀଙ୍କୁ ଧକ୍କାମାରି ଫେରାର ହୋଇଯିବା ଅଭିଯୋଗରେ ଅଭିଯୁକ୍ତ ଚନ୍ଦ୍ରମେଶଖର ମହାପାତ୍ରକୁ ସଜ୍ଜା ଶୁଣାଇଛନ୍ତି ।
     ସୂଚନା ଯୋଗ୍ୟଯେ, ଗତ ମାର୍ଚ୍ଚ ମାସ ୧୯ ତାରିଖ ଦିନ ୪.୩୦ ସମୟରେ ତମାଣ୍ଡୋ ଥାନା ପୁଲିସର ଏକ ଟିମ ଥାନା କେସ ନମ୍ବର ୯୧/୨୦୨୪ରେ ଅଭିଯୁକ୍ତ ଥିବା ଇନ୍ଦ୍ରମଣି ବେହେରା ଓ ଚନ୍ଦ୍ରଶେଖର ମହାପାତ୍ର ପୁଲିସ କର୍ମଚାରୀ ସୁଶାନ୍ତ କୁମାର କହଁରଙ୍କୁ ଥାନା ଗାଡି ନିକଟରେ ଏକ ଶକ୍ତ ଧକ୍କା ପକାଇଥିଲା । ଯାହାଫଳରେ ଶ୍ରୀ କହଁର ତଳେ ପଡ଼ିଯିବା ପରେ, ଅଭିଯୁକ୍ତ ଚନ୍ଦ୍ରଶେଖର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଏହି ସମୟରେ ଶ୍ରୀ କହଁର ଓ ଅନ୍ୟ ପୁଲିସ କର୍ମଚାରୀ ମାନେ ଅଭିଯୁକ୍ତର ପିଛା କରି କାଶୀପୁର ଖେଳ ପଡ଼ିଆ ନିକଟରୁ କାବୁ କାବୁ କରିଥିଲେ । ପରେ ଶ୍ରୀ କହଁର ଏନେଇ ଥାନାଧିକାରୀଙ୍କୁ ଘଟଣା  ସମ୍ପର୍କରେ ସୂଚନା ଦେବା ସହିତ ଅଭିଯୁକ୍ତ ବିରୋଧରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତମାଣ୍ଡୋ ଥାନା କେସ ନମ୍ବର-୧୦୯/୨୦୨୪, ଦଫା, ୨୨୪, ୩୫୩ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ, ଏହି ମାମଲାର ତଦନ୍ତ ଭାର ଥାନାର ଏଏସଆଇ ଭାସ୍କର ଚନ୍ଦ୍ର ପ୍ରଧାନଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି ମାମଲାର ସଠିକ ତଦନ୍ତ ଚଳାଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଭିଯୁକ୍ତ ବିରୁଦ୍ଧରେ କୋର୍ଟରେ ଚାର୍ଜ ସିଟ୍ ଦାଖଲ କରିଥିଲେ । ଉପରୋକ୍ତ ମାମଲାର ବିଚାର କରି ଅଦାଲତ ୭ ଜଣ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜ ଗୁଡ଼ିକୁ ଆଧାର କରି ଅଭିଯୁକ୍ତ ଚନ୍ଦ୍ରଶେଖରକୁ ଦଫା, ୨୨୪ ଆଧାରରେ ୬ ମାସ, ଏବଂ ଦଫା, ୩୫୩ ଆଧାରରେ ମଧ୍ୟ ୬ ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଅଦାଲତଙ୍କ ଦ୍ୱାରା ଅଭିଯୁକ୍ତକୁ ଶୁଣାଣି ହୋଇଥିବା ଉଭୟ ଦଣ୍ଡାଦେଶ ଏକସଙ୍ଗେ ଲାଗୁହେବାର ନିଦେ୍ର୍ଦଶ ରହିଛି । ଏହା ପୂର୍ବରୁ ମଧ୍ୟ ଅଭିଯୁକ୍ତ ଚନ୍ଦ୍ରଶେଖର ମହାପାତ୍ରକୁ ଅନ୍ୟ ଏକ ମାମଲାରେ ସଜ୍ଜା ହୋଇସାରିଛି । ଏହି ମାମଲାକୁ ସରକାରଙ୍କ ତରଫରୁ ସହକାରୀ ପବ୍ଲିକ୍ ପ୍ରୋସିକୁ୍ୟଟର ବିଜୟ ବିହାରୀ କର ପ୍ରମୁଖ ପରିଚାଳନା କରିଥିଲେ ।