ଲୁଟେରା ଗିରଫ; ମୋବାଇଲ ଜବତ


ଭୁବନେଶ୍ୱର, ୪ା୧୧ : ଘରେ ଶୋଇଥିବା ବେଳେ ଘରେ ପଶି ମୋବାଇଲ ଲୁଟ୍ । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଲୁଟେରାକୁ ଗିରଫ କରିବା ସହ ତାଠାରୁ ଚୋରା ମୋବାଇଲ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ରେଣ୍ଟାଲ କଲୋନୀ ଅଞ୍ଚଳର ତପନ ନାୟକ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ପ୍ରଶାନ୍ତ କୁମାର ପରିଡ଼ା ନୟାପଲ୍ଲୀ ଥାନା ଅନ୍ତର୍ଗତ ଗଣପତି ନଗର ବସ୍ତିରେ ରୁହନ୍ତି । ଗତ ୧ ତାରିଖ ରାତିରେ ସେ ଘରେ ନିଦରେ ଶୋଇପଡ଼ିଥିବା ବେଳେ, ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ବିଳମ୍ବିତ ରାତିରେ ଘରେ ପଶି ତାଙ୍କ ମୋବାଇଲ ଫୋନକୁ ଚୋରିକରି ନେଇଯାଇଥିଲା । ଅଭିଯୋଗକାରୀ ସକାଳୁ ଉଠି ନିଜ ମୋବାଇଲ ଚୋରୀ ହୋଇତôବା ଜାଣିବା ପରେ, ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଅଭିଯୋଗର ପରଦିନ ଲୁଟେରାକୁ ପିଡ଼ି ମାର୍କେଟରୁ କାବୁ କରିବା ସହ ତାଠାରୁ ଏକ ଚୋରା ମୋବାଇଲ ଜବତ କରାଯାଇଛି ।