ଲୋକକଳା ପାଇଁ ଦିନଟିଏ’ ଉତ୍ସବ ପାଳିତ 

 ଜଗତସିଂହପୁର: ଓଡ଼ିଆ ପକ୍ଷ ପାଳନର ଦଶମ ଦିବସ ଉପଲକ୍ଷେ ସମସ୍ତ ବ୍ଲକ୍ରେ "ଲୋକକଳା ପାଇଁ ଦିନଟିଏ’ ଉତ୍ସବ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଓଡ଼ିଶାର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ ଏବଂ ପ୍ରଚାର କରିବା ସହିତ ଆଗାମୀ ପିଢିଙ୍କୁ ଏହା ସହିତ ଯୋଡ଼ିବାର ଲକ୍ଷ୍ୟ ନେଇ ଆୟୋଜିତ ହୋଇଥିଲା । ଏହି ଅବସରରେ ବ୍ଲକ୍ କାର୍ଯ୍ୟଳୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ, ବିକେଏସ୍ଏସ୍ ଅଧ୍ୟକ୍ଷ ପ୍ରମୁଖ ଯୋଗଦେଇ କହିଥିଲେ କି ଆମ ଲୋକକଳା ହେଉଛି ଆମର ପରିଚୟ ଓ ଗର୍ବର ପ୍ରତୀକ । ଉତ୍ସବରେ ବ୍ଲକ୍ର ବିଶିଷ୍ଟ ଲୋକକଳାକାରଙ୍କୁ ସମ୍ମାନିତ କରାଯାଇ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଯୁବ ପିଢ଼ିଙ୍କୁ ଲୋକକଳା ପ୍ରତି ଆଗ୍ରହୀ କରାଇବା ଏବଂ ଏହାର ସଂରକ୍ଷଣ ଓ ପ୍ରସାର ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା ।