ମିଥ୍ୟା ବିଲକୁ ନେଇ ବ୍ଲକ ସମ୍ମୁଖରେ ଧାରଣା
ନାଉଗାଁ : ୫ଟି କାର୍ଯ୍ୟରେ ମିଥ୍ୟା ବିଲକୁ ନେଇ ବ୍ଳକ କାର୍ଯ୍ୟଳୟ ସମ୍ମୁଖରେ ଆମରଣ ଅନଶନରେ ବସିଲେ ଗ୍ରାମବାସୀ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ନାଉଗାଁ ବ୍ଳକ ଅଞ୍ଚଳ ଜାମୁଗାଁ ପଞ୍ଚାୟତ ନନ୍ଦିଗ୍ରାମରେ । ଏହି ଗ୍ରାମରେ ଥିବା ନନ୍ଦକେଶ୍ୱର ମହାଦେବଙ୍କ ପୀଠକୁ ୫ଟି ଉନ୍ନତିକରଣ ମିଥ୍ୟା ବିଲ କରାଯାଇ ୪ ଲକ୍ଷ ଟଙ୍କା ହଡପ କରାଯାଇଥିବାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ନାଉଗାଁ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ; କିନ୍ତୁ ଆଗାମୀ ଦିନରେ ଏହାର କିଛି ସୁଫଳ ନମିଳିବାରୁ ନ୍ୟାୟ ଦାବିରେ ଗ୍ରାମବାସୀଙ୍କ ପକ୍ଷରୁ ଆଗାମୀ ଦୁଇ ତାରିଖରେ ଆମରଣ ଅନଶନ ନିମନ୍ତେ ଏକ ଦାବିପତ୍ର ୨୫ ତାରିଖରେ ଦିଆଯାଇଥିଲା । ଯାହାକି ଆଜି ଗ୍ରାମବାସୀଙ୍କ ପକ୍ଷରୁ ନାଉଗାଁ ବ୍ଳକ ସମ୍ମୁଖରେ ୫ଟି କାର୍ଯ୍ୟର ତଦନ୍ତ ନହେବା ପର୍ଯ୍ୟନ୍ତ ଆମରଣ ଅନଶନରେ ବସିବେ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଥିଲା । କିନ୍ତୁ ଶେଷରେ ବିଡ଼ିଓ ଧାରଣା ସ୍ଥଳରେ ପହଞ୍ଚô ଲୋକମାନଙ୍କୁ ବୁଝାଶୁଝା କରିବା ସହିତ ଏହି ମିଥ୍ୟା ବିଲର ତଦନ୍ତ ରିପୋର୍ଟ ଦାଖଲ କରାଯାଇଛି ବୋଲି କହିଥିଲେ; କିନ୍ତୁ ଗ୍ରାମବାସୀ ଏହି ତଦନ୍ତକୁ ପ୍ରତ୍ୟାକ୍ଷାନ କରିବା ସହିତ ପୁନର୍ବାର ସରପଞ୍ଚ ଓ ଗ୍ରାମବାସୀଙ୍କ ଉପସ୍ଥିତରେ ତଦନ୍ତ କରାଯିବା ପାଇଁ ଅଡି ବସିଥିଲେ, ଯାହାକି ଦୀର୍ଘ ସମୟ ଧରି ବିଡ଼ିଓ ଓ ଗ୍ରାମବାସୀଙ୍କ ମଧ୍ୟରେ ବଚସା ହୋଇଥିଲା ଓ ପରେ ବିଡ଼ିଓ ଏହାର ପୁନର୍ବାର ତଦନ୍ତ ପାଇଁ ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀମାନେ ଧାରଣାରୁ ଓହରି ଥିଲେ ।