ଅଲ୍ ଓଡ଼ିଶା ବ୍ରିଜ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ:  ବାଜି ମାରିଲା ବାରବାଟୀ ବ୍ରିଜ କ୍ଲବ୍ 

ଅନୁଗୁଳ:  ଅନୁଗୁଳ ବ୍ରିଜ ଆସୋସିଏସନ୍ ଆନୁକୂଲ୍ୟରେ ଅଲ୍ ଓଡ଼ିଶା ବ୍ରିଜ ଟୁର୍ଣ୍ଣାମେଣ୍ଟ ଗତ ୮ ଓ ୯ ତାରିଖ ଦୁଇଦିନ ବ୍ୟାପୀ ଅନୁଗୁଳ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟକୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଓ ପାଲଲହଡ ବିଧାୟକ ଅଶୋକ ମହାନ୍ତି, ବିଜେପି ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ,ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ବିଜେପି ନେତା ଦିଲ୍ଲୀପ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଖେଳକୁ ଉଦଘାଟନ କରିଥିଲେ । ଏହି ଖେଳରେ ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଖେଳାଳୀମାନେ ଭାଗ ନେଇଥିଲେ । ଆଜି ଖେଳର ଉଦ୍ୟାପନୀ ଦିବସରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ଓ ଓବିଏ ସଭାପତି ଶୁଭେନ୍ଦୁ ପଟ୍ଟନାୟକ ଯୋଗ ଦେଇ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଦୁଇଦିନ ବ୍ୟାପୀ ଚାଲିଥିବା ଉକ୍ତ ଖେଳରେ ଜିଲ୍ଲା ବ୍ରିଜ ଆସୋସିଏସନ୍ ସଭାପତି ଜୟ ପ୍ରକାଶ ପଟ୍ଟନାୟକ ସଭାପତିତ୍ୱ କରିଥିବାବେଳେ ଜିଲ୍ଲା ବ୍ରିଜ ଆସୋସିଏସନ୍ ସଂପାଦକ ଦିଲ୍ଲୀପ କୁମାର ସିହ୍ନା ଯୋଗ ଦେଇ ଧନ୍ୟବାଦ୍ ଦେଇଥିଲେ । ଏହି ପ୍ରତିଯୋଗିତାରେ ବାରବାଟୀ ବ୍ରିଜ କ୍ଲବ୍ ପ୍ରଥମ, ଜୟ ଜଗନ୍ନାଥ କ୍ଲବ ଭୁବନେଶ୍ୱର ଦ୍ୱିତୀୟ ଓ ବେଲପାହାଡ କ୍ଲବ୍ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବ୍ରିଜ ପେୟାର ଖେଳରେ ବେଲପାହାଡ କ୍ଲବ୍ ପ୍ରଥମ, ତାଳଚେର ବ୍ରିଜ କ୍ଲବ୍ ଦ୍ୱିତୀୟ ଓ ଅନୁଗୋଳ ବ୍ରିଜ କ୍ଲବ୍ ତୃତୀୟ ସ୍ଥାନ ଅଧିକାର କଲେ । ଉକ୍ତ ଖେଳକୁ ୨ ଦିନ ଧରି ଓଡ଼ିଶା ବ୍ରିଜ ଆସୋସିଏସନ୍ ଭାଇରେକ୍ଟର ଭୀମସେନ ପ୍ରଧାନ ପରିଚାଳନା କରିଥିଲେ ।