ଲୋକସଭାରେ ଅନଲାଇନ୍ ଗେମିଂ ବିଲ୍ ପାରିତ: ଇ-ସ୍ପୋର୍ଟ୍ସକୁ ପ୍ରୋତ୍ସାହନ, ମନି ଗେମ୍ସକୁ ରୋକ୍

ନୂଆଦିଲ୍ଲୀ: ବିଗତ ୧୧ ବର୍ଷ ମଧ୍ୟରେ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଆମ ଜୀବନରେ ବଡ ପରିବର୍ତ୍ତନ ଆଣିଛି । ଡିଜିଟାଲ ଇଣ୍ଡିଆ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ୟୁପିଆଇ ପେମେଣ୍ଟ ସିଷ୍ଟମ, ଫାଇଭ୍-ଜି ସଂଯୋଗ ଓ ସେମିକଣ୍ଡକ୍ଟର ଇକୋସିଷ୍ଟମ ଆମ ଦେଶକୁ ଏକ ନୂଆ ପରିଚୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଦ୍ୱାରା ନାଗରିକଙ୍କୁ ଅପାର ଲାଭ ମିଳିଛି  । ଏଥିସହିତ ନୂତନ ବିପଦ ମଧ୍ୟ ଉଭା ହୋଇଛି, ବିଶେଷ କରି ଡିଜିଟାଲ କ୍ଷେତ୍ରରେ । ସେଥିପାଇଁ ପ୍ରଯୁକ୍ତିବିଦ୍ୟାର ଦୁରୂପଯୋଗ କାରଣରୁ ହେଉଥିବା ସମ୍ଭାବ୍ୟ କ୍ଷତିଠାରୁ ସମାଜକୁ ସୁରକ୍ଷିତ ରଖିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି  । ଏହି ବିଚାରକୁ ନେଇ ସରକାର ଅନଲାଇନ ଗେମିଂ ପ୍ରୋସôାହନ ଏବଂ ନିୟାମକ ବିଲ ୨୦୨୫ ଲୋକସଭାରେ ଆଗତ କରିଛନ୍ତି । ଏହି ବିଲ୍ଇ-ସ୍ପୋର୍ଟ୍ସ ଓ ଅନଲାଇନ୍ ସୋସିଆଲ ଗେମ୍ସକୁ ପ୍ରୋସôାହିତ କରିବ । କିନ୍ତୁ ହାନିକାରକ ଅନଲାଇନ୍ ମନି ଗେମିଂ ସେବା, ବିଜ୍ଞାପନ ଓ ଏହା ସହ ଜଡିତ ଆର୍ଥିକ ନେଣଦେଣ ଉପରେ ପ୍ରତିବନ୍ଧକ ଲାଗୁ ଲଗାଇବ । ବିଲ୍ରେ ସବୁ ଅନଲାଇନ୍ ସଟ୍ଟାବାଜୀ ଓ ଜୁଆ ଆଧାରିତ କାର୍ଯ୍ୟକଳାପକୁ ବେଆଇନ ଘୋଷଣା କରାଯାଇଛି । ଏଥିରେ ଅନଲାଇନ୍ ଫାଣ୍ଟାସି ଖେଳ ଠାରୁ ଆରମ୍ଭ କରି ଅନଲାଇନ୍ ଜୁଆ କାରବାର (ଯଥା ପୋକର୍, ରମ୍ମି ଓ ଅନ୍ୟ କାର୍ଡ ଗେମ୍) ଓ ଅନଲାଇନ୍ ଲଟେରୀ ପର୍ଯ୍ୟନ୍ତ ସାମିଲ ରହିଛି । ଭାରତୀୟ ନ୍ୟାୟ ସଂହିତା ୨୦୨୩ ଓ ବିଭିନ୍ନ ରାଜ୍ୟ ସରକାରଙ୍କ ଆଇନ ଭଳି ଭୌତିକ ଦୁନିଆ ପାଇଁ ରହିଥିବା ବର୍ତ୍ତମାନର ଆଇନରେ ସଟ୍ଟା ଓ ଜୁଆ କାରବାର ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି । ଏହାକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯାଉଛି । ତେଣୁ ଭୌତିକ ଦୁନିଆ ଅନୁରୂପ ଡିଜିଟାଲ ଡୋମେନ୍ ପାଇଁ ଏକ ଜାତୀୟ ଆଇନ ଆଣିବା ଲାଗି ନୂଆ ବିଲ୍ରେ ପ୍ରସ୍ତାବ ରହିଛି । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏହି ବିଲ ଲୋକସଭାରେ ବାଚନିକ ଭୋଟରରେ ପାରିତ ହୋଇଥିଲା । ଅନଲାଇନ ଗେମ ଅନେକ ଲୋକଙ୍କ ଜୀବନ ନେଉଛି ବୋଲି କହିଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୩୧ ଦିନରେ ୩୨ଜଣ ଏଥିରେ ପ୍ରାଣ ହରାଇଛନ୍ତି । ଅନଲାଇନ ଗେମ ମାଧ୍ୟମରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ହେଉଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି । ଏହି ବିଲରେ ମନି ଗେମ୍ ସଂକ୍ରାନ୍ତ ଆର୍ଥିକ କାରବାର ପାଇଁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ/କିମ୍ବା ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା, ବିଜ୍ଞାପନ ପାଇଁ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ/କିମ୍ବା ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା, ଅପରାଧର ପୁନରାବୃତ୍ତି କ୍ଷେତ୍ରରେ ଅଧିକ ଦଣ୍ଡବିଧାନ, ଯେଉଁଥିରେ ୩-୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି ।