ରାଷ୍ଟ୍ରର ସୁରକ୍ଷା ପ୍ରଥମ କର୍ତ୍ତବ୍ୟ 


 ତିର୍ତ୍ତୋଲ : ଆମ୍ବେରୀ ପଞ୍ଚାୟତ ଅରିଲୋ ଶିଶୁ ଅନନ୍ତ ଆଶ୍ରମରେ ଆୟୋଜିତ ୫୬ତମ ବାର୍ଷିକ ଚର୍ତୁଦ୍ଦଶୀ ମେଳା ଅବସରରେ ପଦ୍ମଶ୍ରୀ ବାବା ବଳିଆ କହିଲେ ଯେ, ରାଷ୍ଟ୍ରର ସୁରକ୍ଷା ପ୍ରତିଟି ନାଗରିକର ପ୍ରଥମ କର୍ତ୍ତବ୍ୟ । ପ୍ରତିଟି ନାଗରୀକର ପରିଚୟ ହିଁ ରାଷ୍ଟ୍ର ଓ ରାଷ୍ଟ୍ରୀୟତା । ଆଶ୍ରମରେ ଆୟୋଜିତ ୫ ଦିନିଆ ‘ଦିବ୍ୟ କଥାମୃତ' କାର୍ଯ୍ୟକ୍ରମରେ ଆଶୀର୍ବଚନ ପ୍ରଦାନ ସମୟରେ ବାବା ବଳିଆ କହିଲେ ଯେ ଶାସ୍ତ୍ର ମଣିଷକୁ ଶୃଙ୍ଖଳିତ କରିବାପାଇଁ ଉଦିଷ୍ଟ କ୍ଷ ଯେଉଁ ଶାସ୍ତ୍ରର କଥା ସମାଜ ଓ ମଣିଷ ଜୀବନରେ ଅଶାନ୍ତି, ହିଂସା ଓ ଘୃଣାର ଭାବନା ବିସ୍ତାର କରେ ତାହା ଆଦୌ ଶାସ୍ତ୍ର ପଦବାଚ୍ୟ ନୁହେଁ । ଏହି କାର୍ଯ୍ୟକ୍ରମ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଆଶ୍ରମର ପ୍ରେସ୍ ସଚିବ ଡ. ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ଅବଗତ କରାଇଥିଲେ । ପ୍ରତେକ ଦିନ ସହସ୍ରାଧିକ ଶ୍ରଦ୍ଧାଳୁମନେ ଯୋଗଦାନ କରିଛନ୍ତି ।