ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ବସ୍ତ୍ର ପ୍ରଦାନ
କେନ୍ଦ୍ରାପଡ଼ା : ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦୋଳପର୍ବ ଉପଲକ୍ଷେ ତେରଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଶାସନ ଗ୍ରାମରେ ମନ୍ଦିର ପରିଚାଳକ ବିଷ୍ଣୁଚରଣ ମହାପାତ୍ରଙ୍କ ଆହ୍ୱାନକ୍ରମେ ଏକ ନିଆରା ପରମ୍ପରା ସୃଷ୍ଟି କରାଯାଇଛି । ଦୋଳ ପୂର୍ଣ୍ଣିମା ଅବସରରେ ପାଖାପାଖି ଅଞ୍ଚଳର କିଛି ଲୋକଙ୍କୁ ନୂତନ ବସ୍ତ୍ର ବଣ୍ଟନ କରାଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଦମନ ମହାନ୍ତିଙ୍କ ସମେତ ଉକ୍ତ କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଂସ୍କୃତି ବିଭାଗୀୟ ଅଧିକାରୀ ସଞ୍ଜୀବ ତରାଇ, ସଂଗ୍ରାମ ଦାସ, ତପନ ନାଥ, ମନୋଜ ରାଉତ, ବିପିନ ବିହାରୀ ଦାଶ ଓ ଇନ୍ଦ୍ରମଣି ନାଏକ ପ୍ରମୁଖ ସହଯୋଗ କରିଥିଲେ ।