ଲାଇନ୍ କଟିଯିବାରୁ ପେଣ୍ଡାଲ ଉପରକୁ ଚେୟାର ଫିଙ୍ଗିଲେ ଦର୍ଶକ
ସୋର : ସୋର ବ୍ଲକ ଦହିସଡା ପଞ୍ଚାୟତ ଦହିସଡା ଗ୍ରାମରେ ଅନୁଷ୍ଠିତ ହେଉଥିବା ଏକ ଯାତ୍ରା ପାର୍ଟିକୁ ଦର୍ଶକ ଚେୟାର ଫିଙ୍ଗିବା ଫଳରେ ନାଟକ ପରିବେଷଣ ଅଧ ଘଣ୍ଟା ଧରି ବନ୍ଦ ରହିଥିଲା । ସୂଚନା ଅନୁସାରେ, ଦହିସଡା ଗ୍ରାମରେ ସିଂହବାହିନୀ ଯାତ୍ରା ଦଳ ଗତକାଲି ରାତିରେ ଭୋଳାଶଙ୍କର ନାଟକ ପରିବେଷଣ ସମୟରେ ନାଟକ ଅଧାରୁ ଡିଜିରୁ ତେଲ ସରିଯିବାରୁ ଲାଇନ କଟିଯିବା ଫଳରେ ନାଟକ ଅଧଘଣ୍ଟା ଧରି ବନ୍ଦ ରହିଥିଲା । ନାଟକ ଉପଭୋଗ କରୁଥିବା ଦର୍ଶକମାନେ ରାଗରେ ପ୍ୟାଣ୍ଡେଲ ଉପରକୁ ଚେୟାର ଫିଙ୍ଗିଥିଲେ । କିଛି ସମୟ ପାଇଁ ପେଣ୍ଡାଲ ଚେୟାରମୟ ହୋଇଯାଇଥିଲା । ପରେ ଲାଇନ ଆସିବା ପରେ ଯାତ୍ରା ଦଳ ନାଟକ ପରିବେଷଣ କରିବା ପରେ ପରିସ୍ଥିତି ଆୟତ୍ତ ହୋଇଥିଲା । ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚôଥିବା ଜଣାପଡିଛି ।