ସ୍ୱପ୍ନେଶ୍ୱର ସାହିତ୍ୟ ସଂସଦର ବାର୍ଷିକୋତ୍ସବ

 କୁଆଖିଆ: ପ୍ରକୃତ ସାହିତ୍ୟ ଗାଁ ମାଟିରେ ହିଁ ଭରି ରହିଛି । କବିତା ଲେଖନୀ ମୁନରେ ପ୍ରଷ୍ପୁଟିତ କରିବା ଉଚିତ୍ ବୋଲି ସ୍ୱପ୍ନେଶ୍ୱର ସାହିତ୍ୟ ସଂସଦ ବାର୍ଷିକୋତ୍ସବରେ ଯୋଗଦେଇଥିବା ଅତିଥି ମତବ୍ୟକ୍ତ କରିଛନ୍ତି । ରସୁଲପୁର ବ୍ଲକ୍ ସ୍ୱପ୍ନେଶ୍ୱର ହାଇସ୍କୁଲ ପରିସରରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ପ୍ରାବନ୍ଧିକ ଡ. ସର୍ବେଶ୍ୱର ସେନ୍, ମଧୁପୁର କଲେଜ ପ୍ରାକ୍ତନ ଅଧ୍ୟକ୍ଷ ତୁହିନାଂଶୁ ରଥ, ଗୋକର୍ଣ୍ଣିକା ସାହିତ୍ୟ ସମାଜର ସମ୍ପାଦକ ରମାକାନ୍ତ ଜେନା ଯୋଗଦେଇ ସାହିତ୍ୟ ସମାଜର ଆତ୍ମା, ତାର ଭାଷା ହିଁ ସମାଜକୁ ରୁଦ୍ଧିମନ୍ତ କରି ରଖେ ବୋଲି ମତବ୍ୟକ୍ତ କରିଥିବା ବେଳେ, ଅତିଥିଙ୍କ ଦ୍ୱାରା ସଂସଦର ମୁଖପତ୍ର "ରୂପାଲି"ର ଉନ୍ମୋଚନ ହେବା ସହିତ ଯୋଗେନ୍ଦ୍ର ସାହୁଙ୍କ ରଚିତ "ସଂଖ୍ୟାରେ ସଂଖ୍ୟାରେ’, ପ୍ରହଲ୍ଲାଦ ପଣ୍ଡାଙ୍କ ରଚିତ "ବିବେକର ଜୟ’ ପୁସ୍ତକ ଉନ୍ମୋଚନ ହୋଇଥିଲା । ଏହି ପରିପ୍ରେକ୍ଷୀରେ ସାହିତି୍ୟକ ରବି ଶତପଥୀଙ୍କୁ ସ୍ୱର୍ଗତ୍ କାର୍ତିକ ଚନ୍ଦ୍ର ସାହୁ ସମ୍ମାନ, ନିର୍ମଳାବାଳା ମିଶ୍ରଙ୍କୁ ସ୍ୱର୍ଗତ କାଶିନାଥ ପଣ୍ଡା ସ୍ମୃତି ସମ୍ମାନ, ଘନଶ୍ୟାମ ବୋଇତାଇଙ୍କୁ ସୁଦର୍ଶନ ନାୟକ ସ୍ମୃତି ସମ୍ମାନ, କବି ମାଙ୍ଗଳିକା ଦାସଙ୍କୁ ଶ୍ୟାମସୁନ୍ଦର ନନ୍ଦୀ ସ୍ମୃତି ସମ୍ମାନ, ଓ ସନାତନ ମଲ୍ଲିକଙ୍କୁ ସ୍ୱର୍ଗତ ଅମୁଲ୍ୟ ବେହେରା ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଂସଦ ସମ୍ପାଦକ ବୃନ୍ଦାବନ ଶତପଥୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ, ଅମୁଲ୍ୟ କୁମାର ନନ୍ଦୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଂସଦର ପ୍ରଥମ ଅଧିବେଶନରେ ସଂଯୋଜିକା ସରୋଜିନୀ ପତି, ସଂଯୋଜକ ପ୍ରଦୀପ କୁମାର ସାମଲ ଓ ପ୍ରଶାନ୍ତ ସ୍ୱାଇଁଙ୍କ ମିଳିତ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟାପକ ନିତ୍ୟାନନ୍ଦ ମହାନ୍ତି, ରବିନ୍ଦ୍ର କୁମାର ମିଶ୍ର, କୈଳାସ ଚନ୍ଦ୍ର ମଲିକ୍, ରଞ୍ଜନ ବାରିକ, ଚିନ୍ତାମଣି ଦତ, ଅମର ନାୟକ, କୈଳାସ ଚନ୍ଦ୍ର ପାତ୍ର, ମନଶ୍ୱିନୀ କର ପ୍ରଭୃତି କବି କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ସଂସଦର ସହସମ୍ପାଦକ ନିର୍ମଳ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।