ବିକଶିତ ଗାଁ ବିକଶିତ ଓଡ଼ିଶା
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ସଭାଗୃହରେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ବୈଠକ ବିଡ଼ିଓ ଦେବଦତ୍ତ ଦାଶଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ସାଂସଦ ଅଭିମନୁ୍ୟ ସେଠୀ, ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଅଧ୍ୟକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣୀତ କାନ୍ତି ସାମଲ, ପରିଷଦ ସଦସ୍ୟ ଉକôଳ କେଶରୀ ମହାନ୍ତି, ଲକ୍ଷ୍ମୀଧର ସାହୁ ଉପସ୍ଥିତ ଥିଲେ । ଏହି ଯୋଜନା ୫ ହଜାର କୋଟି ଟଙ୍କା ୫ ବର୍ଷରେ ବିନିଯୋଗ ହେବାକୁ ଥିବା ବେଳେ କ୍ଷୁଦ୍ର ପର୍ଯ୍ୟଟନର ବିକାଶ ଓ ଦୃଢ଼ୀକରଣ ଶିକ୍ଷା, କ୍ରୀଡା ଭିତ୍ତିଭୂମିର ସପ୍ରସାରଣ ଓ ଆଧୁନିକୀକରଣ ମୌଳିକ ଭିତ୍ତିଭୂମିର ବିକାଶ ସହ ଗ୍ରାମୀଣ ଯୋଜନାରେ ଉନ୍ନତିକରଣ ଅନୁନ୍ନତ ଜନଜାତି ସମୁଦାୟ ବସବାସ କରୁଥିବା ଅଞ୍ଚଳରେ ଅନ୍ତଃ ଗ୍ରାମ୍ୟ ସଡ଼କ ସଂଯୋଗୀକରଣ କରାଇବା ସହ ପ୍ରତ୍ୟେକ କାମ ୩ ଲକ୍ଷରୁ କମ୍ ହୋଇନଥିବା ଆବଶ୍ୟକ । ସାଂସଦ ନିଜ ବକ୍ତବ୍ୟରେ କହିଥିଲେ ବିକଶିତ ଓଡ଼ିଶା ହେବାକୁ ହେଲେ ପ୍ରଥମେ ଗାଁ ବିକଶିତ ହେବା ନିତ୍ୟାନ୍ତ ଆବଶ୍ୟକ ଅଟେ । ସରକାର ବଦଳିଛି, ବିଧି ବ୍ୟବସ୍ଥା ମଧ୍ୟ ବଦଳିଛି ଆମକୁ ସେଥିରେ ସାମିଲ୍ ହୋଇ କାମ କରିବାକୁ ପଡ଼ିବ । ୨୩ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ । ଉପାଧ୍ୟକ୍ଷ ପ୍ରଣୀତ କାନ୍ତି ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।