ଶିକ୍ଷା ଉକର୍ଷ ପୁରସ୍କାର କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ: ଗୋଦାବରିଶ ଶିକ୍ଷା ଫାଉଣ୍ଡେସନ ପକ୍ଷରୁ୨୦୨୪ ଶିକ୍ଷା ଉକôର୍ଷ ପୁରସ୍କାର କାର୍ଯ୍ୟକ୍ରମ ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ କଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ବିଷ୍ଣୁ ଚୌଧୁରୀ ମୁଖ୍ୟ ଅତିଥି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ପୂର୍ବତନ ପ୍ରଫେସର ରମେଶ ଚନ୍ଦ୍ର ଚୌଧୁରୀ, ଡ଼ ଅରବିନ୍ଦ ପଣ୍ଡା ଓ ବ୍ରହ୍ମପୁର ଡିଗ୍ରୀ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ମହନ୍ତ ହରିହର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅଞ୍ଚଳର ସୁନାମଧନ୍ୟ ଶିକ୍ଷାବିତ୍ ସ୍ୱର୍ଗତ ଗୋଦାବରିଶ ସାହୁଙ୍କ ପୁଅ ବିଭୁପ୍ରସାଦ ସାହୁ ସ୍ୱାଗତ ଭାଷଣ ଦେଇଥିବାବେଳେ କାର୍ଯ୍ୟକ୍ରମକୁ ଗୀତାଞ୍ଜଳି ପାଣିଗ୍ରାହୀ ସଂଯୋଜନା କରିଥିଲେ । ହିଞ୍ଜିଳିକାଟୁ ବ୍ଲକ୍ ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧରଙ୍କ ସହ ଶିକ୍ଷୟିତ୍ରୀ ସଙ୍ଗୀତା ପାଣିଗ୍ରାହୀ, ସନ୍ଧ୍ୟାରାଣୀ ବେହେରା, ଶିକ୍ଷକ ଉଲ୍ଲାସ ବେହେରା,ସୀମାଞ୍ଚଳ ମହାରଣା, ଲାଲମୋହନ ସାହୁ, ଅମିତା କୁମାରୀ ଦାସ, ହିଞ୍ଜିଳିକାଟୁ ଆଇସିଡିସି ସୁପରଭାଇଜର ମମତା କୁମାରୀ ପଣ୍ଡା ଓ ଅଙ୍ଗନବାଡି କର୍ମୀ ମାମିନି ମହାନ୍ତିଙ୍କୁ ଶିକ୍ଷା ଓ ଶିଶୁଙ୍କ ଉନ୍ନତି ମୂଳକ ଉକôର୍ଷ କାର୍ଯ୍ୟ ନିମନ୍ତେ ପୁରସ୍କୃତ କରାଯାଇଥିଲା । ଗୁଣାତ୍ମକ ଶିକ୍ଷା, ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନ ଓ ଆଧୁନିକ ନୀତିରେ ଶିକ୍ଷାଦାନ ନିମନ୍ତେ ଗୋଦାବରୀଶ ଶିକ୍ଷା ଫାଉଣ୍ଡେସନ୍ର ଉଦ୍ୟମକୁ ଅତିଥିମାନେ ପ୍ରଶଂସା କରିଥିଲେ । ଏଥିରେ ଅଞ୍ଚଳର ବହୁ ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।