ଶିକ୍ଷାନୁଷ୍ଠାନରେ ନନ୍ଦ ଉତ୍ସବ
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଥିବା ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିରରେ ନନ୍ଦ ଉତ୍ସବ ପାଳିତ ହୋଇ ଯାଇଛି । ସ୍କୁଲ ଅଧ୍ୟକ୍ଷ ପ୍ରଭୁ ଦତ୍ତ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଉସôବରେ ପୁରୀ ଗୋବର୍ଦ୍ଧନ ପୀଠ ସନ୍ଥ ସଂରକ୍ଷକ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସ୍କୁଲ ସମ୍ପାଦକ ଅମ୍ବୁଜଭୂଷଣ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସହକାରୀ ଆଚାର୍ଯ୍ୟ ପ୍ରଭାସ ବେହେରା ସ୍ୱାଗତଭାଷଣ ଓ ମୃତୁ୍ୟଞ୍ଜୟ ସୂତାର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ରାଧାକୃଷ୍ଣ ବେଶରେ ସୁସଜ୍ଜିତ ହୋଇ ଆସିଥିବା କୁନି କୁନି ଶିଶୁମାନଙ୍କୁ ପୂଜନ କରାଯିବା ସହିତ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା । ଶେଷରେ ପ୍ରଭାକର ସାହୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସହକାରୀ ଆଚାର୍ଯ୍ୟା ତନିଶା ବିଶ୍ୱାଳ, କ୍ରିଷ୍ଣାରାଣୀ ଦାସ, ମମତା ଦେ, ଡଲି ଦାସ, କଳ୍ପନା ବାରିକ, ବିଶ୍ୱରୂପା ବିଶ୍ୱାଳ, ଜ୍ୟୋସ୍ନାରାଣୀ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ସେହିପରି ଏହି ବ୍ଲକ ଅଳପୁଆ ପଂଚାୟତ ଦାମୋଦରପାଟଣା ଗ୍ରାମରେ ଜନ୍ମାଷ୍ଟମୀ ଓ ନନ୍ଦ ଉସôବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କୈଳାସ ଚନ୍ଦ୍ର ଦାସଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ୧୫ନଂ ଜୋନ ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟା ସରୋଜିନୀ ଦାସ, ଯୁବ ସମାଜସେବୀ ସୁକାନ୍ତ ରାଉତ, ବରିଷ୍ଠ ନାଗରିକ ସମନ୍ୱୟ ସମିତି ସଭାପତି ବିଭୁତି ଭୂଷଣ ପଟ୍ଟନାୟକ, ପୂର୍ବତନ ସରପଞ୍ଚ କିଶୋର ବେହେରା ଓ ରମେଶ ଦାସ, ସାମାଜିକ କର୍ମୀ ଗଗନ ମହାଳିକ, ଯୁବନେତା ପ୍ରକାଶ ଦାସ ପ୍ରମୁଖ ଯୋଗ ଦେଇଥିଲେ ।