ତ୍ରିନାଥ ମନ୍ଦିରର ଚୋରି ସାମଗ୍ରୀ ଜବତ

 ବାଲିଅନ୍ତା :  ଧଉଳି ଥାନା ପୁଲିସ ଏକ ଚୋରୀ ମାମଲା ରେ ୨ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯକ୍ତମାନେ ହେଲେ  ଶିଶୁପାଳଗଡ଼ ଅଧୀନ ତୈଳ ମଙ୍ଗଳା ସାହିର  ନିଲୁ ବେହେରା ଓରଫ ବାଜ (୨୭) ଅନ୍ୟ ଜଣେ ହେଲେ ତୈଳ ଭୋଇ ସାହିର ବିଶ୍ୱରଂଜନ ଭୋଇ ଓରଫ ବଣ୍ଟି (୧୯) । ଖବର ନେଲା ବେଳେ ଜଣାପଡ଼ିଛି ଶନିବାର ବିଳମ୍ବିତ ରାତିରେ ଉକ୍ତ ଦୁଇ ଅଭିଯୁକ୍ତ ଶିଶୁପାଳଗଡ ଠାରେ ଥିବା ତ୍ରିନାଥ ମନ୍ଦିରର ମୁଖ୍ୟ ଗେଟର ତାଲା ଭାଙ୍ଗି ଭିତରେ ପ୍ରବେଶ କରିବା ସହ ମନ୍ଦିର ଭିତରେ ଥିବା ବିଭିନ୍ନ ପିତ୍ତଳ ପୂଜା ସାମଗ୍ରୀକୁ   ଚୋରୀକରି ନେଇଯାଇଥିଲେ  । ଘଟଣା ଦିନ ରାତିରେ ଉଭୟ ଅଭିଯୁକ୍ତଙ୍କୁ ଉକ୍ତ ମନ୍ଦିର ଚାରିପାଖରେ ସନେ୍ଦହ ଜନକ ଅବସ୍ଥାରେ ବୁଲାବୁଲି କରୁଥିବା ସମୟରେ ଗ୍ରାମବାସୀ ମାନେ ଦେଖି ଥିଲେ । 
ଏହି ଚୋରିରେ ଦୁଇ ଅଭିଯୁକ୍ତଙ୍କ ହାତ ଥିବା ସନେ୍ଦହ କରି ଅଭିଯୋଗକାରୀ କେଶବ ଚନ୍ଦ୍ର ମଲ୍ଲିକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରିବା ସହ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଦୁଇ ଅଭିଯୁକ୍ତଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ମାମଲାର ତଦନ୍ତ ଚାଲିଥିବା ବେଳେ, ପୁଲିସ ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚଢ଼ଉ ଜରିଆରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ, ସେମାନଙ୍କ ହେପାଜତରୁ ଚୋରା ପିତ୍ତଳ ପୂଜା ଉପକରଣ ସବୁକୁ ଜବତ କରିଥିଲେ । ପଚରାଉଚରା ବେଳେ ଉଭୟ ଅଭିଯୁକ୍ତ ଦୋଷ ସ୍ୱୀକାର କରିଥିଲେ ।