ଷ୍ଟ୍ରିଟ୍ ଲାଇଟ୍ ଅଚଳ
ରାଜକନିକା: ନବୀନ ସରକାରଙ୍କ ସମୟରେ ପ୍ରତ୍ୟେକ ବଜାର ଓ ଗ୍ରାମାଞ୍ଚଳର ମୁଖ୍ୟ ରାସ୍ତାକୁ ଆଲୋକୀକରଣ କରିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ରାସ୍ତା ପାର୍ଶ୍ୱ ଆଲୋକୀ କରଣ କରାଯାଇଥିଲା । ଏହି ଆଲୋକୀକରଣ ପ୍ରକ୍ରିୟାରେ କଟକ- ଚାନ୍ଦବାଲି ରାସ୍ତାର ରାଜକନିକା କଣ୍ଟପଡା ବଜାରକୁ ୧-୧-୨୦୨୨ମସିହାରେ ଆଲୋକୀ କରଣ କରାଯାଇ ଆଳିର ବିଧାୟକ ପ୍ରତାପ ଦେବ ଉଦଘାଟନ କରିଥିଲେ । ଏହି ଆଲୋକୀକରଣ ପରେ କଣ୍ଟପଡା ବଜାରର ବ୍ୟବସାୟୀ ମାନେ ଆନନ୍ଦିତ ହୋଇଥିଲେ କିନ୍ତୁ ଏହି ଆଲୋକୀ କରଣ ପ୍ରକ୍ରିୟାରେ ଆଲୁଅ ବେଶିଦିନ ଜଳିନଥିଲା ପରେ ଅନେକ ଅଭିଯୋଗ ପରେ ପୁଣି କିଛିଦିନ ଜଳିଥିଲା କିନ୍ତୁ ଏବେ ୧ ମାସ ହେବ ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଯାହା ଫଳରେ ମୁଖ୍ୟ ରାସ୍ତା ଦେଇ ଯାତାୟତ କରୁଥିବା ଗାଡିମଟର ବିଶେଷ କରି ସାଇକେଲ ଆରୋହୀ, ପାଦ ଚଲା ଲୋକ ଓ ବାଇକ ଆରୋହୀ ରାସ୍ତାରେ ଶୋଇରହୁଥିବା ଗାଈ ଓ ଷଣ୍ଢ ଙ୍କ ଦେହରେ ପିଟିହୋଇ ଦୁର୍ଘଟଣା ର ଶିକାର ହେଉଛନ୍ତି । ଅନ୍ଧାର ଯୋଗୁଁ ଅସାମାଜିକ ବ୍ୟକ୍ତି ଙ୍କର ଦୋରାତ୍ମ ବୃଦ୍ଧି ପାଉଛି । ଏଣୁ ତୁରନ୍ତ ଏହି ଆଲୋକ ଜଳାଇବାକୁ କଣ୍ଟପଡା ବଜାର କମିଟି ଦାବି କରିଛନ୍ତି ।