ବାଲିଅନ୍ତା ଓ ଧଉଳିରେ ବୁଲିଲା ବିକାଶ ବାହନ
ବାଲିଅନ୍ତା: ବାଲିଅନ୍ତା ବ୍ଲକ ଓ ଧଉଳି ପଞ୍ଚାୟତରେ ରାଜ୍ୟ ସରକାର ଏକ ବର୍ଷ ପୁର୍ତ୍ତି ଅବସରରେ ବିକାଶ ବାହାନର ଶୁଭାରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଏକ ବର୍ଷ ଶାସନ ମଧ୍ୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ବିଷୟରେ ସାଧାରଣ ଜନତାଙ୍କୁ ଅବଗତ କରାଇବା ଉଦେ୍ଦଶ୍ୟରେ ଏକ ରଥ ପରିକ୍ରମା କରାଯାଇଥିଲା । ବାଲିଅନ୍ତା ବ୍ଲକରୁ ଆରମ୍ଭ ହୋଇ ପ୍ରଥମ ଦିନରେ ସତ୍ୟଭାମାପୁର ଓ ଉମାଦେଇବ୍ରହ୍ମପୁର ପଞ୍ଚାୟତରେ ଏହି ରଥ ପରିକ୍ରମା କରିଥିଲ । ବ୍ଲକ ଉନ୍ନୟନ ଅଧିକାରୀ ବିମଳ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ବିଜୟ ମହାରଣା, ସତ୍ୟଭାମାପୁର ସରପଞ୍ଚ ରଶ୍ମିତା ଭୋଇ, ଉମାଦେଇବ୍ରହ୍ମପୁର ସରପଞ୍ଚ ରମାଲତା ନାୟକ, ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଅପରାଜିତା ସ୍ୱାଇଁ, ଜିପିଇଓ ନୀଳଶୈଳ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ସେହିପରି ଧଉଳି ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଏହି ବିକାଶ ବାହାନର ଶୁଭାରମ୍ଭ ହୋଇଯାଇଛି । ଏଥିରେ ବ୍ଲକ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂ, ଭୁବନେଶ୍ୱର ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ, ସ୍ଥାନୀୟ ସରପଞ୍ଚ ଚନ୍ଦନ ମଲ୍ଲିକ, ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ସ୍ମୃତିଶ୍ରୀ ଶତପଥୀ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଗୋଟିଏ ବର୍ଷର ଶାସନକାଳ ମଧ୍ୟରେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକ ଉପରେ ଆଲୋକପାତ କରାଯାଇଥିଲା ।