ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ରାଇଘର: ଗୁରୁ ଶିଶ୍ୱ ସମ୍ପର୍କ ଯୁଗ ଯୁଗରୁ ଏକ ଡୋରିରେ ବନ୍ଧା ହୋଇ ଆସିଛି ଗୁରୁ ବିନା କିଏ ଆଗକୁ ଯାଇ ପାରେନାହିଁ । ସେହି ଗୁରୁଙ୍କୁ ବିଦାୟ ଦେଇ ଭାବବିହ୍ୱଳ ହୋଇ କାନ୍ଦିଲେ ଜଣେ ପ୍ରାଧନ ଶିକ୍ଷୟତ୍ରୀ, ଅଭିଭାବକ ଏବଂ ଛାତ୍ରଛାତ୍ରୀ ଏମିତି ଏକ ଗୁରୁଶିଶ୍ୱ ସମ୍ପର୍କର ଚିତ୍ର ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର ରାଇଘର ପଞ୍ଚାୟତର ଢ଼ୋଡ୍ରାପାରା ପ୍ରାଥମିକ ବିଦ୍ୟାଳୟରେ,ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନୀଳିମା ମୁଖାର୍ଜୀ ବାପାଙ୍କ ସ୍ୱର୍ଗତ ରତିଶ ଚନ୍ଦ୍ର ମୁଖାର୍ଜୀ, ୧୯୮୬ ମସିହାରେ ଚାକିରୀରେ ଯୋଗଦେଇ ପ୍ରଥମେ ଛତାବେଡା ୧ ନମ୍ବର ଗ୍ରାମରେ ଶିକ୍ଷୟତ୍ରୀ ଭାବେ ଯୋଗଦାନ କରିଥିଲେ । ପରେ ଟ୍ରାନ୍ସଫର ହୋଇ ପାଉରବେଲା ୧ ନମ୍ବର ଗ୍ରାମକୁ ଶିକ୍ଷକତା କରି ୩ ନମ୍ବର କଚରାପାରା ଗ୍ରାମକୁ ଗଲେ ତା ପରେ ଦାସପୁର ଡିଏନକେ ଗ୍ରାମରୁ ସୋନପୁର ଡିଏନକେ ପ୍ରାଥମିକ ବିଦ୍ୟାଳୟରେ ୧୦ ବର୍ଷ ଶିକ୍ଷକତା କରି ରାଇଘର କୋଦଭଟ୍ଟା ସ୍କୁଲରେ ତିନିବର୍ଷ ଶିକ୍ଷକତା କରି ଶେଷରେ ଢ଼ୋଡ୍ରାପାରା ପ୍ରାଥମିକ ବିଦ୍ୟାଳୟରେ ୧୪ ବର୍ଷ ଶିକ୍ଷକତା କରି ଆଜି ଅବସର ନେବା ପରେ ବିଦ୍ୟାଳୟରୁ ବାହାରିବା ବେଳେ କୁନି କୁନି ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ତାଙ୍କୁ କୁଣ୍ଢେଇ ପକେଇ କାନ୍ଦିବାକୁ ଲାଗିଲେ । ଶିକ୍ଷୟତ୍ରୀ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଧରି ଭାବବିହ୍ୱଳ ହୋଇ କାନ୍ଦି ତାଙ୍କୁ ବିଦାୟ ଦେଇଥିଲେ । ଦୀର୍ଘ ୩୮ ବର୍ଷ ଚାକିରୀ କରି ଆଜି ବିଦାୟ ନେଲେ ନୀଳିମା ମୁଖାର୍ଜୀ, ଆଜିର ବିଦାୟ କାଳୀନ ସମ୍ବର୍ଦ୍ଧନାରେ ଢ଼ୋଡ୍ରାପାରା ବିଦ୍ୟାଳୟର ଶିକ୍ଷୟତ୍ରୀ ମୋନାଲିସା ପରିଡା,ସ୍ୱପ୍ନା ସଜ୍ଜଳ,ସିଆରସିସି ଦିଲୀପ ବସନ୍ତିଆ, ୱାର୍ଡ ମେମ୍ବର ଚନ୍ଦନ ସତନାମୀ, ଅଙ୍ଗନବାଡି ଦିଦି ଚମ୍ପା ବ୍ୟାପାରିଙ୍କ ସମେତ ବିଦ୍ୟାଳୟର ଏସଏମସି କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଶିକ୍ଷୟତ୍ରୀଙ୍କୁ ଫୁଲମାଳ ପିନ୍ଧଇ ଦୁଃଖର ସହିତ ଅବସର କାଳୀନ ବିଦାୟ ଦେଇଥିଲେ ।