ଇମ୍ଫା ପକ୍ଷରୁ ଚାରା ବଣ୍ଟନ କାର୍ଯ୍ୟକ୍ରମ
ାା ପ୍ରଭାନୁ୍ୟଜ ।ା କାଳିଆପାଣି : ଇମ୍ଫା ଖଣି ପକ୍ଷରୁ ଆଜି ଚାରା ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଇମ୍ଫା ଖଣିର ମୁଖ୍ୟ ସନ୍ଦୀପ ବାପୁରାଉଜୀ ନାରାଡେ ଚାରା ବଣ୍ଟନ କେନ୍ଦ୍ରକୁ ଉଦଘାଟନ କରି ପ୍ରଥମ ଦିବସରେ ୩୦୦ରୁ ଉର୍ଦ୍ଧ୍ୱ ଚାରା ଗ୍ରାମବାସୀ ଓ ଖଣିର କର୍ମଚାରୀଙ୍କୁ ବଣ୍ଟନ କରିଥିଲେ । ଏହି ବର୍ଷ ୧୭ଶହ ଚାରାରୁ ୩୦୦ ଚାରା ରୋପଣ ନିମନ୍ତେ ଓ ୧୪୦୦ ଚାରା ଖଣି ଅଞ୍ଚଳବାସି, ଖଣିରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ବାଣ୍ଟିବା ପାଇଁ ସ୍ଥିରିକୃତ ହୋଇଛି । ଏହି ଚାରା ମଧ୍ୟରୁ ଆମ୍ବ, ପିଜୁଳି, ଲିଚୁ, ତେଜପତ୍ର, କୃଷ୍ଣଚୂଡ଼ା ଓ କଦମ୍ବ ଇତ୍ୟାଦି ଚାରା ଉପଲବ୍ଧ ରହିଛି । ଏହି ବଣ୍ଟନ କାର୍ଯ୍ୟକ୍ରମରେ ସରପଞ୍ଚ ବିକାଶ ପାତ୍ର ଉପସ୍ଥିତ ଥିବା ବେଳେ ପ୍ରବନ୍ଧକ ସରୋଜ କୁମାର ମହାନ୍ତ, ମାନବ ସମ୍ବଳ ମୁଖ୍ୟ ଗିରିଶ କୁମାର ପଟ୍ଟନାୟକ, ପ୍ରବନ୍ଧକ ପ୍ରଭାତ କୁମାର ସିଂହ, ଜୟପ୍ରକାଶ ମହାନ୍ତି, ମିଲନ ରଞ୍ଜନ କର,ମୋନାଲିସା ପରିଡ଼ା, ଦେବସ୍ମିତା ନାୟକ, ଧନଞ୍ଜୟ ମହାପାତ୍ର, ଦେବକାନ୍ତ ପ୍ରଧାନ, ଆଶିଷ କୁମାର ଜେନା, ସଞ୍ଜୟ କର, ଭାଗିରଥି ମହାକୁଡ, ଦୀପକ ମହାରଣା, ସୁବ୍ରତ ଜେନାଙ୍କ ସମେତ କାଳିଆପାଣି ପଞ୍ଚାୟତର ଶତାଧିକ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଚାରା ସଂଗ୍ରହ କରିଥିଲେ ।