ରାଜକନିକା ପାଇଁ ଗୌରବ ଆଣିଲେ ସାଇସ୍ତୃତି ନାୟକ

 ରାଜକନିକା : ରାଜକନିକା ବ୍ଲକ ବାଘବୁଦା ପଞ୍ଚାୟତ ଅନ୍ତର୍ଗତ ନୁଆସାହି ଗାଁର ସୋମ୍ୟକାନ୍ତ ନାୟକ ଓ ରନôମଞ୍ଜରୀ ନାୟକଙ୍କ ଝିଅ ସାଇସ୍ତୃତି ନାୟକ ଚଳିତ ବର୍ଷ ସିବିଏସି ଦଶମ ପରୀକ୍ଷାରେ ୯୬.୪ ପ୍ରତିଶତ ନମ୍ବର ରଖି ଟପର ହୋଇ ରାଜକନିକା ପାଇଁ ଗୌରବ ଆଣିଛନ୍ତି । ସୂଚନା ଅନୁସାରେ ସାଇସ୍ତୃତି ସାଲେପୁର ଫ୍ରିଡମ ଇଣ୍ଟରନ୍ୟାସନାଲ ସ୍କୁଲରେ ପଠା ପଢନ୍ତି,ସିବିଏସି ଦଶମ ଶ୍ରେଣୀ ପରୀକ୍ଷାରେ ୯୬.୪ ପ୍ରତିଶତ ନମ୍ବର ରଖି ସ୍କୁଲରେ ଟପର ହୋଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ରାଜକନିକା ର ବିଭିନ୍ନ ଅନୁଷ୍ଠାନ ତାଙ୍କୁ ଅଭିନନ୍ଦନ ଜଣାଇଛି, । ତେବେ ସାଇସ୍ତୃତି ଆଗକୁ ଡାକ୍ତର ହୋଇ ରୋଗୀସେବା କରିବାକୁ ଇଚ୍ଛା ରଖିଥିବା କହିଛନ୍ତି, ଏହି ସଫଳତାର ଶ୍ରେୟ ସେ ତାଙ୍କ ପିତା ମାତା ଓ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଦେଇଛନ୍ତି ।