କାଳବୈଶାଖୀ ପ୍ରଭାବିତ ଅଞ୍ଚଳ ଦେଖିଲେ ମନ୍ତ୍ରୀ
ବିଶୋଇ : ବିଶୋଇ ବ୍ଲକ ଅଞ୍ଚଳରେ ଅଦିନିଆ କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଭେଟିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ । ଖଡମବେଡା ପଞ୍ଚାୟତ ଅଧୀନ ମୂଷାମାରି, କେଶରଗାଡ଼ିଆ,ପୁଣ୍ଡିଦା, ପାଳିଶିଡି, ସାନ ବାଲିଚୁଆ ଗାଁ ବୁଲି ଦେଖିବା ସହ ଲୋକଙ୍କ ଗୁହାରୀ ଶୁଣିଥିଲେ । ପ୍ରଭାବିତ ମହିଳାମାନେ କାନ୍ଦି କାନ୍ଦି ମନ୍ତ୍ରୀଙ୍କୁ ଗୁହାରି କରୁଥିବା ବେଳେ କ୍ଷତିଗ୍ରସ୍ତ ସମସ୍ତଙ୍କୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି । ଏହି ଗସ୍ତ ବେଳେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ବିଧାୟକ ଭାଦଭ ହାଁସଦା ତଥା ଜିଲ୍ଲା ସ୍ତରୀୟ, ବ୍ଲକ ସ୍ତରୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ । ବିଧାୟକ ଶ୍ରୀ ହାଁସଦା ଆଜି ଦିନ ତମାମ ପ୍ରଭାବିତ ଅଞ୍ଚଳ ରେ ରହି ଲୋକଙ୍କ ରହଣି ସ୍ଥଳ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର, କ୍ଲବ୍ ଘର ବୁଲି ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ଖାଦ୍ୟ ରୋଷେଇର ତଦାରଖ କରିଥିଲେ ।