ଶିଳ୍ପ ମନ୍ତ୍ରୀଙ୍କ ଓଟିଏମ କଲୋନୀ ଗସ୍ତକୁ ନେଇ ଶ୍ରମିକ ଅସନ୍ତୋଷ
ଟାଙ୍ଗୀ/ଚୌଦ୍ୱାର : କଟକ ଜିଲ୍ଲା ଚୌଦ୍ୱାରରେ ଆଜି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଅଞ୍ଚଳରେ ବନ୍ଦ ପଡ଼ିଥିବା ଶିଳ୍ପ ଗୁଡିକର ପୁନରବିନ୍ୟାସ ପାଇଁ ତଦାରଖ କରିବାକୁ ଆସିଥିବା ବେଳେ ଶ୍ରମିକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚୌଦ୍ୱାର ରେ ବିଭିନ୍ନ ଶିଳ୍ପର ଐତିହାସିକ ପୃଷ୍ଠଭୂମି ଉପରେ ମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ଓଟିଏମ ଶ୍ରମିକ ପରିବାର ସଂଗଠନର ପ୍ରମୁଖ କୈଳାଶ ଚନ୍ଦ୍ର ସାହାଣୀ ନାପସନ୍ଦ ସହ ନିନ୍ଦା କରିଛନ୍ତି । ଏଠାରେ ୱେଲସ୍ପନ କମ୍ପାନୀକୁ କେହି ବିରୋଧ କରୁନାହାନ୍ତି ସରକାର ବାହାନା ଖୋଜୁଛନ୍ତି । ମନ୍ତ୍ରୀଙ୍କ ପାଖରେ କୌଣସି ତଥ୍ୟ ନାହିଁ ପ୍ରନôତ୍ୱାତିକ ବିଭାଗର ବିନା ଅନୁମତିରେ କିଛି ହେଇପାରିବ ନାହିଁ । ଲୋକସଭାରେ ଆମାଣ୍ଟମେଣ୍ଟ ପରେ କମ୍ପାନୀ କାର୍ଯ୍ୟ ଆରମ୍ଭ କରିବ । ରାଜନୈତିକ ବାହାବା ନବା ପାଇଁ ମନ୍ତ୍ରୀଙ୍କ ଗସ୍ତକୁ ଓଟଏମ କଲୋନୀ ବାସି ନାକରା କରିଦେଇଛନ୍ତି । ଯଦି ଶ୍ରମିକ ମାନଙ୍କୁ ଥଇଥାନ ନକରି ସେମାନଙ୍କୁ ହାଟଇବା ପାଇଁ ପ୍ରୟାସ କରିବେ ତେବେ ଆଗାମୀ ଦିନରେ ଆନେ୍ଦାଳନକୁ ଜୋରଦାର କରାଯିବ ବୋଲି ସାହାଣୀ ମତ ପ୍ରକାଶ କରିଛନ୍ତି ।