ରୁଚିକା ସମାଜ ପକ୍ଷରୁ "ବିଶ୍ୱ ମାନବ ଚାଲାଣ ନିରୋଧ ଦିବସ' ପାଳିତ 

 ଭୁବନେଶ୍ୱର : ରୁଚିକା ସମାଜ ମଙ୍ଗଳ ସଙ୍ଗଠନ ତରଫରୁ "ବିଶ୍ୱ ମାନବ ଚାଲାଣ ନିରୋଧ ଦିବସ ପାଳନ" କରାଯାଇଛି । ରୁଚିକା ହେଉଛି ଜଷ୍ଟ ରାଇଟ୍ସ ଫର୍ ଚିଲଡ୍ରେନ୍ସ ଏକ ଅଂଶ ଯାହାକି ଶିଶୁ ଶ୍ରମ, ଶିଶୁ ଚାଲାଣ, ଶିଶୁ ବିବାହ ଏବଂ ଯୌନ ନିର୍ଯାତନା ଉପରେ ସମ୍ମୁଖୀନ ହେଉଥିବା ପିଲା ମାନଙ୍କ ପାଇଁ ସୁରକ୍ଷା ଏବଂ ନ୍ୟାୟକୁ ସୁନିଶ୍ଚିତ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛି । ଏହି ଦିବସଟିକୁ ରୁଚିକା ଜୁଲାଇ ମାସ ଯାକ ପାଳନ କରିଥିଲା । ଏହି ଦିବସରେ ଭୁନେଶ୍ୱରର ରେଳ ଷ୍ଟେସନ ଠାରୁ ଖୋର୍ଦ୍ଧାରୋଡ ରେଳ ଷ୍ଟେସନ ଭିତରେ ବିଭିନ୍ନ ରେଳ ଗାଡିରୁ ପ୍ରାୟ ୨୦ ଜଣ ଶିଶୁ ଚାଲାଣ ହୋଇ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଉଥିବା ପିଲାମାନଙ୍କୁ ଉଦ୍ଧାର କରାଯାଇଛି । ଏହି ଉଦ୍ଧାର କାର୍ଯ୍ୟକ୍ରମରେ ଭୁବନେଶ୍ୱରର ରେଳ ଷ୍ଟେସନର  ଜିଆର୍ପି ଏବଂ  ଆର୍ପିଏଫ୍ ପୁଲିସ ସହଯୋଗ କରିଥିଲେ । ଉଦ୍ଧାର ହୋଇଥିବା ପିଲାମାନେ ଏକ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ଚାଲାଣ ହୋଇ ଶିଶୁ ଶ୍ରମିକ ଭାବେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେବା ପାଇଁ ଯାଉଥିଲେ । ଉଦ୍ଧାର କରାଯାଇଥିବା ପିଲାମାନଙ୍କୁ ଭୁବନେଶ୍ୱରର ଅତିରିକ୍ତ ଶିଶୁ ମଙ୍ଗଳ ସମିତିରେ ହାଜର କରାଯାଇ ସମିତିର ନିଦେ୍ର୍ଦଶ କ୍ରମେ ପିଲାମାନଙ୍କୁ ଓପନ ସେଲ୍ଟର ଗୃହରେ ରଖାଯାଇଛି । ଏହି ଚାଲାଣକୁ ରୋକିବା ପାଇଁ ରୁଚିକା ତରଫରୁ ଭୁବନେଶ୍ୱର ଜିଆର୍ପି ପୁଲିସ ଅଧିକାରୀ ମାନଙ୍କ ସହିତ ଏକ ସଭା ହୋଇ ଏହି ଶିଶୁ ଶ୍ରମିକ ଏବଂ ଶିଶୁ ଚାଲାଣ କୁ କିଭଳି ବନ୍ଦ ଯାଇପାରିବ ସେହି ବିଷୟରେ ଆଲୋକପାତ କରାଯାଇଥିଲା ।ବନେଶ୍ୱର ଷ୍ଟେସନ ମାଷ୍ଟର ମଧ୍ୟ ଯୋଗଦାନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ରୁଚିକାର କର୍ମକର୍ତ୍ତା ଘନଶ୍ୟାମ ଭୋଇ, ଅଜୟ କୁମାର ମହାରଣା, ହରପ୍ରିୟା ପତି, ରୀଙ୍କିନା ସ୍ୱାଇଁ ଏବଂ ଶ୍ରଦ୍ଧାଞ୍ଜଳି ବାରିକ୍ ପ୍ରମୁଖ ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟ କ୍ରମଟିକୁ ସଫଳ କରିଥିଲେ ।