ଜିଲା ଯୁବ ମହୋତ୍ସବ ଉଦ୍ଘାଟିତ
ବ୍ୟାସନଗର: ଶୁକ୍ରବାର ସନ୍ଧ୍ୟାରେ ଦୁର୍ଯେ୍ୟାଧନ ରାଉତ ଫାଉଣ୍ଡେସନ୍ ଆନୁକୁଲ୍ୟରେ ଯାଜପୁର ଜିଲା ଯୁବ ମହୋତ୍ସବ ଏନ୍ସିହାଇସ୍କୁଲ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି । ଅତିଥି ଭାବେ ଯୋଗ ଦେଇଥିବା କୋରେଇ ବିଧାୟିକ ତଥା ଯୁବ ମହୋତ୍ସବ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଆକାଶ ଦାସ ନାୟକ ମହୋତ୍ସବକୁ ଉଦ୍ଘାଟନ କରିଥିଲେ । ଫାଉଣ୍ଡେସନର ସଭାପତି ଡ଼ଃ ଦୁଷ୍ମନ୍ତ କୁମାର ନାୟକ ସ୍ୱାଗତ କରିଥିବା ବେଳେ ସମ୍ପାଦକ ଇଂ.ବିଶ୍ୱଜିତ ମହାନ୍ତି ବିବରଣୀ ପାଠ କରିଥିଲେ । ଆବାହକ ଅଯୋଧ୍ୟା ଜେନା ମଂଚ ନିମନ୍ତ୍ରଣ ସହ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଯୁବ ଉଦ୍ୟୋଗୀ ଶ୍ରୀକାନ୍ତ ବଳ, ସମାଜସେବୀ ରାଜେନ୍ଦ୍ର ବିଶ୍ୱାଳ ଓ ଓଡିଶୀ ନୃତ୍ୟଶିଳ୍ପୀ ଶୁଭଲକ୍ଷ୍ମୀ ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ପର୍ବକୁ ସମ୍ପାଦକ ଅଶ୍ୱିନୀ କୁମାର ଦାସ ପରିଚାଳନା କରିଥିଲେ । ଝାଡେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଲୋକ ସମ୍ପର୍କ ସମ୍ପାଦକ ଡଃ ଅକ୍ଷୟ କୁମାର ପଣ୍ଡା ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ମଂଚ ପରିଚାଳନା କରିଥିଲେ । ସଂଗଠନ ସମ୍ପାଦକ ନିରଞ୍ଜନ ଘଡାଇ ଧନ୍ୟବାଦ ଅର୍ପଣ କରିଥିଲେ । ମହୋତ୍ସବରେ ସମସ୍ତ କର୍ମକର୍ତା ଚନ୍ଦ୍ରମଣି ସାମଲ, ହୃଷିକେଶ ସାହୁ, ଅର୍ଥ ସମ୍ପାଦକ ରଘୁନାଥ ବେହେରା, ବରିଷ୍ଠସଭ୍ୟ ବିଭୂତି ଭୂଷଣ ପାଳ, ଡା.ପ୍ରମୋଦ କୁମାର ଶତପଥି, ବ୍ରଜେଶ୍ୱରୀ ସିଂ, ମୋହନ ଚରଣ ମଲ୍ଲିକ, ହେମନ୍ତ କୁମାର ଧୀର, ପଦ୍ମନାଭ ସ୍ୱାଇଁ, କୃଷ୍ଣକାନ୍ତ ପଣ୍ଡା, ସାମ୍ବାଦିକ ନିତ୍ୟାନନ୍ଦ ମହାଳିକ, ଜ୍ଞାନରଞ୍ଜନ ରାଉତ, ନିଳକଣ୍ଠ ଜେନା,ସୁନିଲ ମୁଣ୍ଡା, ମଧୁସୂଦନ ମହାପାତ୍ର, ଆଇନଜୀବୀ ରଜତ ରାଉତ, କୈଳାସ ରାଉତ, ଦିଲ୍ଲୀପ ଦାଶ, ଦାମୋଦର ପଣ୍ଡା, ପ୍ରଶାନ୍ତ ରଥ, ବିକାଶ ଦାସ, ଗଣେଶ୍ୱର ପାତ୍ର, ଅଶୋକ ବୋଷ ପ୍ରମୁଖ ଯୋଗ ଦେଇଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
