ଶିଳ୍ପାଞ୍ଚଳ ପାଲଟିଛି ବ୍ରାଉନ୍‌ ସୁଗାର ବେପାରୀଙ୍କ ଆଡ୍ଡାସ୍ଥଳ

ଶିଳ୍ପାଞ୍ଚଳ ପାଲଟିଛି ବ୍ରାଉନ୍‌ ସୁଗାର ବେପାରୀଙ୍କ ଆଡ୍ଡାସ୍ଥଳ

ଦାନଗଦୀ : କଳିଙ୍ଗନଗର ଶିଳ୍ପାଞ୍ଚଳ ଦୁଇ ଦଶନ୍ଧିରୁ ଅଧିକ ହେବ ତାର କାୟା ବିସ୍ତାର କରି ଶିଳ୍ପ ଅନୁଷ୍ଠାନ ବୃଦ୍ଧି ପାଉଛି । ଆନ୍ତଃ ରାଜ୍ୟ ଓ ରାଜ୍ୟ ବାହାରର ଚୋରା ବେପାରୀ ଓ ଚୋର, ଡକାୟତଙ୍କ ସଂଖ୍ୟା ଓ ତାଙ୍କ ନେଟୱାର୍କ ଯେଭଳି ମାତ୍ରାରେ ବଢିଛି ବ୍ରାଉନ ସୁଗାର ବେପାରିଙ୍କ କାୟା ମଧ୍ୟ ସେଭଳି ବଢିଚାଲିଛି । ବେପାରି ଓ ନିଶାଡ଼ି ଏତେମାତ୍ରାରେ ଭର୍ତ୍ତି ହୋଇଛନ୍ତି ଯେ ସେମାନେ ସ୍କୁଲ, ପଡ଼ିଆକୁ ଆଡ୍ଡାରେ ପରିଣତ କରିଥିବାର ପାଉଡ଼ର ଜରି, ଦିଆସିଲ, ଖଣ୍ଡିଆ ସିଗାରେଟ ମେଞ୍ଚା ମେଞ୍ଚା ଦେଖିବାକୁ ମିଳିବା ଘଟଣାର ଜଣାପଡ଼ିଯାଉଛି । ଶିଳ୍ପକୁ ଲାଗିକି ଥିବା ଗାଁ  ଯଖପୁରା, ତେଲିବାହାଳୀ, ମାନତୀରା, ପଙ୍କପାଳ, ବଙ୍ଗଳା, ଡ଼ୁବୁରୀ, ମାନପୁର, ଦାନଗଦୀ ଆଦି ଅଞ୍ଚଳର ନିକାଂଚନ ସ୍ଥାନ ହେଉ ପଡିଆ ଓ ବିଦ୍ୟାଳୟ ପରିସରରେ ସଞ୍ଜ ନଇଁଲେ ବ୍ରାଉନସୁଗାର, ମଦ, ଗଞ୍ଜେଇର କାରବାର ଚାଲୁଛି । ବିଶେଷତ ଗ୍ରାମାଂଚଳରେ ଖୋଲିଥିବା ପାନ ଦୋକାନ, ଗ୍ରୋସରୀ ଦୋକାନ, ଶିଳ୍ପକୁ ଲାଗିରହିଥିବା ଛୋଟ ଛୋଟ ହଟିଙ୍ଗରେଏସବୁ ଚୋରା କାରବାର ନିର୍ଭୟରେ ଚାଲିଛି । ଗୋଟିଏ ଫୋନ କଲରେ ବ୍ରାଉନ ସୁଗାର ବାଇକ ଯୋଗେ ଠିକଣା ସ୍ଥାନରେ ପହଁଚିଯାଉଛି ।ବାଲେଶ୍ୱର, ଭଦ୍ରକରୁ ଏହାର ଚେର ଯାଜପୁର ରୋଡ଼ ଦେଇ କଳିଙ୍ଗନଗରରେ ପହଁଚିଛି । ଯଖପୁରା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ରୋଷେଇ ଶାଳ ପାଖରେ ବ୍ରାଉନ ସୁଗାର (ପାଉଡର) ଜରି,ପୋଡା ଦିଆସିଲି କାଠି, ସିଗାରେଟ ଖୋଳ, ଥଣ୍ଡା ବୋତଲ ପଡିଥିବାର ଦେଖିବାକୁ ମିଳିବା କାରବାର କୋଉଠି ପହଁଚିଲାଣି ତାହା ଜଣାଇ ଦେଉଛି । ଯାହାର କୁପ୍ରଭାବ ଶିକ୍ଷିତ ଯୁବ ପୀଢ଼ିଙ୍କ ଉପରେ ପଡ଼ୁଛି । ଅବକାରୀ ବିଭାଗ କାଁଭାଁଚଢ଼ାଉ କରି ତାର କାମ ସାରି ଦେଇ ବସି ରହୁଛି । ଯାହା ଫଳରେ ଧଳାଜହର କାରବାର ବ୍ୟାପକ ଭାବେ ବଢିଚାଲିଥିବାରୁ ବୁଦ୍ଧିଜୀବୀଙ୍କୁ ଏହା ଚିନ୍ତାରେ ପକାଇ ଦେଇଛି ।