ଶିଶୁ କ୍ୟାରିୟର କାଉନସିଲିଂ ଶିବିର
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଏକ ଦିନିଆ କ୍ୟାରିଅର କାଉନସିଲିଂ ଟ୍ରେନିଂ ଏବଂ ୱାର୍କସପ୍ ନିକଟସ୍ଥ ମିଶନ ଶକ୍ତି କନଫରେନ୍ସ ହଲ୍ରେ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଶିଶୁ ଯତ୍ନ ଗୃହ ସିସିଆଇର ଶିଶୁ, ସ୍ପନ୍ସର୍ସିପ୍ ଲାଭାନ୍ୱିତ ଓ ସିଆଇସିଏଲ୍ ଶିଶୁମାନେ ଉପସ୍ଥିତ ଥିଲେ । ବୈଠକରେ ଜିଲ୍ଲା ଶିଶୁ ଶୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ଅତିଥିଙ୍କୁ ସ୍ୱାଗତ କରିବା ସହ ବୈଠକର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ବିଷୟରେ ଜଣାଇଥିଲେ । ଏହି ସଭାକୁ ଅତିରିକ୍ତ ଜିଲ୍ଲାପାଳ ତପନ ଖୁଣ୍ଟିଆ ଉଦ୍ଘାଟନ କରିଥିବା ବେଳେ, ପିଲାଙ୍କ ଭବିଷ୍ୟତ ପାଇଁ ଠିକ୍ ପାଠ୍ୟକ୍ରମ ଚୟନ କରିବା ନିମନ୍ତେ ଆହ୍ୱାନ କରିଥିଲେ । ମୁଖ୍ୟଅତିଥି ଭାବେ ଓଆର୍ଏମ୍ଏଏସ୍ ନବରଙ୍ଗପୁରର ସିଇଓଏ ଉମା ମହେଶ, ପଲିଟେକ୍ନିକ୍ ପ୍ରିନ୍ସିପାଲ ପି.କେ ଦାସ, ଆଇଟିଆଇ ଉମେରକୋଟ ସୌରଭ ମିଶ୍ର, ସିଙ୍ଗାରି ମୁର୍ମୁ ଏବଂ ପି.କେ ବର୍ମନ, ଜିଲ୍ଲା ଦକ୍ଷତା ଓ ରୋଜଗାର ଅଧିକାରୀ ଆନନ୍ଦ ପଲେଇ, ନବରଙ୍ଗପୁର ନର୍ସିଂ କଲେଜ ଅଧ୍ୟକ୍ଷ ସୁକାନ୍ତ ଶତପଥୀ, ସିଏସ୍ଏର୍ ପୋଗ୍ରାମ ଅଫିସର ସୌମ୍ୟ ଅଭିଷେକ ହୋତା, ଜିଲ୍ଲା ସଂଯୋଜିକା ପ୍ରଭାସିନୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି ଶିବିରରେ ଛାତ୍ରଛାତ୍ରୀମାନେ କ୍ୟାରିଅରର ବିକଳ୍ପ, ବୃତ୍ତିମୂଳକ ଶିକ୍ଷା, ରୋଜଗାର ସୁଯୋଗ ଓ ଦକ୍ଷତା ଉନ୍ନତି ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ପ୍ରେରଣାମୂଳକ ଭାଷଣ ଶୁଣିଥିଲେ ।