ଶିଶୁ ବିଦ୍ୟାମନ୍ଦିର ପରିଦର୍ଶନ କଲେ ମନ୍ତ୍ରୀ
ାା ପ୍ରଭାନୁ୍ୟଜ ।ା ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିଦର୍ଶନ କରିଛନ୍ତି ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର ବିଦ୍ୟାଳୟ ପରିଚାଳନା କମିଟି ଓ ୪୩ଟି ଗ୍ରାମର ଅଭିଭାବକମାନଙ୍କ ସହିତ ବିଦ୍ୟାଳୟର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦୀଗନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ହୋତା, ସମ୍ପାଦକ ବିରଞ୍ଚô ନାରାୟଣ ସାହୁ, ସଭ୍ୟ ଆଶୁତୋଷ ଶତପଥି, ସଭ୍ୟା ନୟନୀ ସାହୁ, ଗଁଦିଆ ବ୍ଲକ ବିଜେପି ସଭାପତି ରତିକାନ୍ତ ସାହୁ, ଯୋରନ୍ଦା ସମିତି ସଭ୍ୟ ପ୍ରତୁ୍ୟଷ ହରି ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲା ବିଜେପି ମହିଳା ସଭାନେତ୍ରୀ ମମତା ସ୍ୱାଇଁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଏମ୍ଜେ ମହିମା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକମାନଙ୍କ ପକ୍ଷରୁ ୪ ଦଫା ସମ୍ବଳିତ ଏକ ଦାବିପତ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ରଙ୍କୁ ପ୍ରଦାନ କରାଯାଇଥିଲା । ଦାବି ମଧ୍ୟରେ ୨୬ ବର୍ଷର ଏହି ବିଦ୍ୟାଳୟର ଏନ୍ଓସି ନ ଥିବାରୁ ମେଧାବୀ ଛାତ୍ରଛାତ୍ରୀମାନେ ବୃତ୍ତି ଓ ଅନ୍ୟାନ୍ୟ ପରୀକ୍ଷାରୁ ବଞ୍ଚôତ ହେଉଛନ୍ତି । ତେଣୁ ଯଥାଶୀଘ୍ର ବିଦ୍ୟାଳୟ ପାଇଁ ଏନ୍ଓସି ବ୍ୟବସ୍ଥା କରିବା ପାଇଁ ସମସ୍ତେ ନିବେଦନ କରିଥିଲେ । ବିଦ୍ୟାଳୟ ଦଶମ ଶ୍ରେଣୀର ଫଳାଫଳ ପ୍ରଶଂସନୀୟ ହୋଇଥିଲେ ମଧ୍ୟ ଭିତ୍ତିଭୂମି ଅଭାବରୁ ତାହା ବନ୍ଦ ହୋଇଯାଇଛି । ପୁନଶ୍ଚ ୯ ମ ଓ ୧୦ ଶ୍ରେଣୀ ଖୋଲିବା ପାଇଁ ଦାବି ଜଣାଇଛନ୍ତି । ବିଦ୍ୟାଳୟର କାଙ୍କଲୁଣ୍ଡା ଠାରେ ନୂତନ ସ୍ଥାନରେ ୧୫ ବଖରା ନିର୍ମାଣଧିନ ଶ୍ରେଣୀ ଗୃହକୁ ସମ୍ପୂର୍ଣ୍ଣ କରିବା ପାଇଁ ଆର୍ଥିକ ବ୍ୟବସ୍ଥା କରିବା ସହିତ ଆନୁସଙ୍ଗିକ ଜଳଯୋଗାଣ, ସାଇକେଲ୍ ଷ୍ଟାଣ୍ଡ, ବେଞ୍ଚ ଡେସ୍କ, କମ୍ପୁ୍ୟଟର ଓ ବିଜ୍ଞାନ ଉପକରଣ ଯୋଗାଇ ଦେବା ପାଇଁ ନିବେଦନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ସମସ୍ତ ଅତିଥିମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ମନ୍ତ୍ରୀ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣର କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଚାରା ରୋପଣ କରିଥିଲେ ।