ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା : ଅସରାଏ ବର୍ଷାରେ ଜମୁଛି ଆଣ୍ଠୁଏ ପାଣି

ପାଣିକୋଇଲି:  ଯାଜପୁର ଜିଲ୍ଲାର ମଧ୍ୟମ ସ୍ଥଳ ହେଉଛି ପାଣିକୋଇଲି । ୨୦ ନଂକୁ ୧୬ ନଂ ଜାତୀୟ ରାଜପଥର ସଂଯୋଗ ସ୍ଥଳ ହେଉଛି ପାଣିକୋଇଲି । ହେଲେ ପାଣିକୋଇଲି ଅସରାଏ ବର୍ଷାରେ ପାଣିରେ ଭର୍ତ୍ତି ହୋଇପଡ଼ିଛି । ଅସରାଏ ବର୍ଷାରେ ପାଣିକୋଇଲି ଟ୍ରାଫିକ ଛକ ଉପରେ ଆଣ୍ଠୁଏ ପାଣି ରାସ୍ତା ଉପରେ ଲହରି ମାରୁଛି । ଯାହା ଯାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ପାଣି ନିଷ୍କାସନ ପାଇଁ ରହିଥିବ ପ୍ରତ୍ୟେକ ଡ୍ରେନେଜ ଗୁଡ଼ିକ ନଷ୍ଟ ହୋଇଯାଇଛି । କେଉଁଠି ସ୍ଲାପ ଭାଙ୍ଗି ଯାଇଛି ତ କେଉଁଠି ଅଳିଆ ପଡ଼ି ଜାମ ହୋଇଯାଇଛି । ଯାହାଫଳରେ ଅସରାଏ ବର୍ଷାରେ ଆଣ୍ଠୁଏ ପାଣି ରାସ୍ତାରେ ଭାସୁଥିବା କୁହାଯାଉଛି । ରାଜପଥ କର୍ତ୍ତୃପକ୍ଷ ଡ଼୍ରେନ ସଫେଇ କରିବା ହେଉ କି ସ୍ଲାବ ମରାମତି କରିବାକୁ ମନ ବଳାଉନି । ଯାହାଫଳରେ ଅସରାଏ ବର୍ଷା ହେଲେ ଅବସ୍ଥା ଶୋଚନୀୟ ହୋଇପଡ଼ୁଛି । ପାଣିକୋଇଲି ଚଳଚଞ୍ଚଳ ଛକ ଭାବେ ପରିଚିତ । ଗମନାଗମନର ସମସ୍ତ ପ୍ରକାର ସୁବିଧା ରହିଥିବାରୁ ରାତିଦିନ ଯାତ୍ରୀଙ୍କ ଭିଡ଼ ଲାଗି ରହିଥାଏ । ହେଲେ ଏଭଳି ଛକର ସମସ୍ୟା ସମାଧାନ ବର୍ଷ ବର୍ଷ ଧରି ଲାଗିରହିଛି । ରାଜପଥ କର୍ତ୍ତୃପକ୍ଷ ଆନ୍ତରିକତା ଦେଖାଉ ନଥିବା ବେଳେ ପ୍ରଶାସନ ନଜର ଅନ୍ଦାଜ କାରଣରୁ ସାଧାରଣ ଲୋକ ସମସ୍ୟା ଭୋଗୁଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି ।