ଶିଶୁ ଶ୍ରମିକ ନିରାକରଣ ଓ ନିଶା ମୁକ୍ତ ଅଭିଯାନ
ନବରଙ୍ଗପୁର : ନବରଙ୍ଗପୁର ଠାରେ ଶିଶୁ ଶ୍ରମିକ ନିରାକରଣ ଓ ନିଶା ମୁକ୍ତ ଅଭିଯାନ ବିଷୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନବରଙ୍ଗପୁର ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅନ୍ତେବାସୀ ମାନଙ୍କୁ ଶିଶୁ ଶ୍ରମିକ ନିରାକରଣ ଏବଂ ନିଶା ନିବାରଣ କିପରି ହେବ ସେ ବିଷୟରେ ଅନ୍ତେବାସୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ, ଶିଶୁ ମଙ୍ଗଳ ସମିତ ଅଧ୍ୟକ୍ଷ ଅଜନ୍ତା ପ୍ରିୟଦର୍ଶିନୀ, ଜିଲ୍ଲା ସମାଜ କଲ୍ୟାଣ ବିଭାଗର କାର୍ଯ୍ୟକାରୀ ଅଧିକାରୀ ରମା ପଟ୍ଟନାୟକ, ଅବକାରୀ ନିରୀକ୍ଷକ ଦିଲୀପ କୁମାର ରଥ, ଅବକାରୀ ଉପ ନିରୀକ୍ଷକ ବିଙ୍ଗରାଜ ଡାମି, ଉକôଳ ବାଳାଶ୍ରମ ପରିଚାଳକ ରାମକୃଷ୍ଣ ସାବତ, ପରାମର୍ଶଦାତା ଶ୍ରୀପତି ଶତପଥୀ, ଶିଶୁ ମଙ୍ଗଳ ଅଧିକାରୀ ନୀଳମଣି ମହାପାତ୍ର, ଗୃହ ପିତା ଅନୁପ କୁମାର ପାତ୍ର, ଗୃହ ମାତା ଉମା ରାଣୀ ପଣ୍ଡା, ନର୍ସ ସଶ୍ମିତା ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।