୨୨୦ କାଠ ଖଣ୍ଡ ଜବତ

ନୂଆପଡା: ଖଡ଼ିଆଳ ବନ ବିଭାଗ ପକ୍ଷରୁ ୨୨୦ ଖଣ୍ଡ ବଳି କାଠ ଜବତ କରାଯାଇଛି । ନୂଆପଡା ଜିଲ୍ଲା ଖଡ଼ିଆଳ ବନାଞ୍ଚଳ ଅଧୀନରେ ଥିବା ବୋଡ଼େନ ବ୍ଲକ ପାଟଦରା ଓ ଜାମଗାଓଁ ସଂରକ୍ଷିତ ଜଙ୍ଗଲରୁ ବୋଡ଼େନ ଗ୍ରାମର ସୁଭମ ଅଗ୍ରୱାଲ (୨୪) ୨୨୦ ଖଣ୍ଡ ବଳି ଖୁଣ୍ଟ ଟ୍ରାକ୍ଟର ଓଡି ୨୬ ଜି ୦୫୯୦ ଯୋଗେ ବୋଡ଼େନ ଗ୍ରାମକୁ ଅଣୁଥିବା ବେଳେ ଖଡ଼ିଆଳ ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ବୁଏରଗାଁ ଠାରେ ଅଟକ ରଖିଥିଲେ । ପରେ ଖଡ଼ିଆଳ ବନଖଣ୍ଡକୁ ଆଣି ତଦନ୍ତ ପରେ ବେଆଇନ ଭାବରେ ସଂରକ୍ଷିତ ଜଙ୍ଗଲରୁ ଗଛ କାଟିବା ଅଭିଯୋଗରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛନ୍ତି । ଚଢ଼ାଉର ନେତୃତ୍ୱ ନେଇଥିଲେ ଫରେଷ୍ଟ ଖଗେଶ୍ୱର ମାଝି, ସୁଦାମ ବାଗ, ନରେଶ ଦଣ୍ଡସେନା, ଘନଶ୍ୟାମ ଶବର, ବିରେନ୍ଦ୍ର ମାଝି ଓ ତରୁଣ ତେଜି  ଦାୟିତ୍ୱରେ ଚଢ଼ଉ କରିଥିଲେ ।