ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

 ନୂଆପଡା : ଆଜି ନୂଆପଡ଼ା ସଦ୍ଭାବନା ସଭା ଗୃହଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଓ  ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି ଆର୍ ରେଡ୍ଡି ରାଘବେନ୍ଦ୍ରଙ୍କ  ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ଶିବିରରେ ଆସିଥିବା ସମସ୍ତ ଅଭିଯୋଗର ଶୁଣାଣି ପ୍ରଶାସନ କରିଛନ୍ତି । 
ଏହି ସବୁ ଅଭିଯୋଗ ଉପରେ ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଆଜିର ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହିତ ,ବନଖଣ୍ଡ ଅଧିକାରୀ ବନ୍ୟ ଜନ୍ତୁ- ମହାଦେବ ବଡ଼ାଇକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଭାର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକସôାଧିକାରୀ ଡଃ ଗୁରୁପ୍ରସାଦ ଜେନା, ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଜିଲ୍ଲା ପରିଷଦ ସଦସ୍ୟ  ଭାନୁ ପ୍ରତାପ ସିଂ ମାଝୀ, ଭରତ ଲାଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଡ଼ିଓ ରୋହିତ ଭୋଇ, ତହସିଲଦାର ପ୍ରଣବ ରଞ୍ଜନ ସାହୁ, ଡେପୁଟି କଲେକ୍ଟର  ଶେଖ୍ ନସିମ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏଠାରେ ସମସ୍ତ ପ୍ରଶାସନିକ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ, ଯନ୍ତ୍ରୀ, ଲାଇନ୍ ବିଭାଗ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଶିବିରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ  ଶିବିରର ଆୟୋଜନ ହୋଇଥିଲା । ସ୍ୱାସ୍ଥ୍ୟ ବିଶେଷଜ୍ଞଡଃ ରମେଶ ଚନ୍ଦ୍ର ପାଠକ, ଡଃ ଅନୁପ କୁମାର ଅଗ୍ରୱାଲ ପ୍ରମୁଖ ଚିକିସôା ସେବା ଯୋଗାଇ ଦେଇଥିଲେ । ସେହିପରି ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଗୋଟିଏ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଶିବିରରେ ଅଭିଯୋଗ ପାଇଁ ଆସୁଥିବା ବ୍ୟକ୍ତି ମାନଙ୍କ ପାଇଁ ଛାୟା, ଚୌକି ଓ ପିଇବା ପାଣି ବ୍ୟବସ୍ଥା କରା ଯାଇଥିଲା । ଜିଲ୍ଲାପାଳଙ୍କ ନିଦେ୍ର୍ଦଶ କ୍ରମେ ପ୍ରାଣି ସମ୍ପଦ ବିଭାଗ ଦ୍ୱାରା କାଦୋମେରୀ ପଞ୍ଚାୟତରେ ଏକ ପ୍ରାଣୀ ଚିକିସôା ଶିବିର ଆୟୋଜନ କରାଯାଇଛି ।