ଶୀତ ଅଧିବେଶନ ପାଇଁ ଡ଼ିଜିପିିଙ୍କ କଡ଼ାକଡି ସୁରକ୍ଷା
ମୃତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ ଓ ୩୦୦ ଅଫିସର
ଭୁବନେଶ୍ୱର, ୨୫ା୧୧ : ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ବିଧାନସଭା ଅଧିବେଶନ ପୂର୍ବରୁ ବସିଛି ସର୍ବଦଳୀୟ ବୈଠକ । ସେପଟେ ଅଧିବେଶନ ପୂର୍ବରୁ ବିଧାନସଭା ପରିସରର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି । ଏଥର ପ୍ରଥମଥର ଲାଗି ଲୋୟର ପିଏମଜିରେ ଧାରଣା ମନା । ବସି ପାରିବେନି ଆନେ୍ଦାଳନ କାରୀ । ଦିଆଯିବ ନାହିଁ କାହାରିକୁ ଅନୁମତି ।
ସୂଚନା ମୁତାବକ, ଚଳିତ ବିଧାନସଭାର ଶୀତ ଅଧିବେଶନ ପାଇଁ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଡିସିପିଙ୍କ ନେତୃତ୍ୱରେ ୮ ଜଣ ଆଡିସିନାଲ୍ ଡିସିପି, ଦୁଇ କମ୍ପାନୀ ସିଆର୍ପିଏଫ୍, ଦୁଇ ୟୁନିଟ୍ ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ, ୪ ପ୍ଲାଟୁନ୍ ଏସଓଜି, ଡଗ୍ ସ୍କ୍ୱାର୍ଡ, ବୋମା ନିଷ୍ଟ୍ରିୟକାରୀ ସ୍କ୍ୱାର୍ଡ ଓ ୩୦୦ ଅଫିସର ନିୟୋଜିତ ହୋଇଛନ୍ତି । ଏହାସହ ସାଧା ପୋଷାକରେ ରାଜଧାନୀରେ ବିଭିନ୍ନ ସ୍ଥାନରେ ଗୁଇନ୍ଦା ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି । ଅଧିବେଶନ ସମୟରେ ଗାନ୍ଧୀ ମାର୍ଗକୁ ପୁରା ସିସିଟିଭ ସର୍ଭଲାନ୍ସରେ ରଖାଯିବ । ବିଧାନସଭା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ୮ଟି ଅସ୍ଥାୟୀ କ୍ୟାମ୍ପ ପ୍ରସ୍ତୁତ କରାଯାଇଛି ।