ଶୀତରେ ଥରିଲାଣି ଓଡ଼ିଶା
- ୩ ଜିଲ୍ଲାକୁ ଶୀତ ଲହର ୱାର୍ଣ୍ଣିଂ
- ଦାରିଙ୍ଗବାଡ଼ି ପାରଦ ୮କୁ ଖସିଲା
ଭୁବନେଶ୍ୱର : ଧିରେଧିରେ ଶୀତ ବଢ଼ିବାରେ ଲାଗିଲାଣି । ଆସନ୍ତାକାଲି ପାଇଁ ୩ ଜିଲ୍ଲାକୁ ଶୀତ ଲହର ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପାରଦ ୮ ଡିଗ୍ରୀକୁ ଖସିଯାଇଛି । ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଆସନ୍ତାକାଲି ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡ଼ରେ ଶୀତ ଲହର ହେବ । ସେହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ଥିବାବେଳେ, ରାଉରକେଲାରେ ୧୦.୨, ଭଦ୍ରକରେ ୧୦.୮. ଝାରସୁଗୁଡ଼ାରେ ୧୦.୩, ଅନୁଗୁଳରେ ୧୦.୬ ଡିଗ୍ରୀ ରହିଛି । ଅପରପକ୍ଷରେ ନବରଙ୍ଗପୁରରେ ୧୨ ଡିଗ୍ରୀ, ଢେଙ୍କାନାଳରେ ୧୨.୫ ଡିଗ୍ରୀ, ଟିଟିଲାଗଡ଼ରେ ୧୩.୮ ଡିଗ୍ରୀ, କୋରାପୁଟରେ ୧୧.୩ ଡିଗ୍ରୀ, ବଲାଙ୍ଗୀରରେ ୧୨.୮ ଡିଗ୍ରୀ, ଭବାନୀପାଟଣାରେ ୧୧.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୧୨ ଡିଗ୍ରୀ, ସମ୍ବଲପୁରରେ ୧୩.୫ ଡିଗ୍ରୀ, କେନ୍ଦୁଝରଗଡ଼ରେ ୧୧.୬ ଡିଗ୍ରୀ, କଟକରେ ୧୪.୪ ଡିଗ୍ରୀ ରହିଛି ।