ଶୁଦ୍ଧିକ୍ରିୟା ପାଇଁ ସହାୟତା
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ତାଳସଂଘା ପଞ୍ଚାୟତର ମାଣିକପୁର ଗ୍ରାମର ପ୍ରମୋଦ ମାହାଲିକ ଅତ୍ୟନ୍ତ ଦରିଦ୍ର ବ୍ୟକ୍ତି ହୋଇଥିବାବେଳେ ତାଙ୍କ ପତ୍ନୀ ସୁଲୋଚନା ଦୀର୍ଘ ଦୁଇବର୍ଷରୁ ଉଦ୍ଧ୍ୱର୍କାଳ କିଡନୀ ୍ରୋଗରେ ପିଡିତ ହୋଇ ମୃତ୍ୟୁବରଣ କରିଛନ୍ତି । ତାଙ୍କର ଶୁଦ୍ଧିକ୍ରିୟା ପାଇଁ ପ୍ରମୋଦଙ୍କର ଆର୍ଥିକ ସାମର୍ଥ୍ୟ ନଥିବା ଖବରପାଇ କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ପ୍ରତିଷ୍ଠାତା ସଭାପତି ସମାଜସେବୀ ପ୍ରମୋଦ କୁମାର ସାହୁ ଅନ୍ୟ କର୍ମଚାରୀଙ୍କ ସହ ତାଙ୍କ ଘରେ ପହଞ୍ଚି ଦଶ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡିଛି । ସୋସାଇଟିର ମାର୍ଶାଘାଇ ଶାଖାର ବରିଷ୍ଠ ସହାୟକ ଭବାନୀ ଶଙ୍କର ପରିଜା, ମୋହନ ସେନାପତି, ଜ୍ୟୋତିରଂଜନ ପରିଡା ପ୍ରମୁଖ ସହାୟତା ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।