ଶୋଚନୀୟ ରାସ୍ତା, ମରାମତି ଦାବି

 ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବଡ଼ଚେରଗାଁ ଆରଡ଼ି ମୁଖ୍ୟରାସ୍ତାରୁ ତେଲ ନଦୀବ୍ରିଜକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡ଼ିଛି । ଏହି ରାସ୍ତାରେ ଅନେକ ଖାଲଖମା ରହିଥିବାବେଳେ ପାଣି ଜମି ରହି ମରଣଯନ୍ତା ପାଲଟିଛି । ଏହି ରାସ୍ତା ଦେଇ ଦୈ÷ନିକ ଶହଶହ ଛାତ୍ରଛାତ୍ରୀ ବଡ଼ଚେରଗାଁ ଉଚ୍ଚ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଉଥିବା ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ସେହିଭଳି ଏହି ରାସ୍ତା ଦେଇ ଜିଲ୍ଲା ସଦର ମହକୁମା ଭବାନୀପାଟଣାକୁ ଦୈନନ୍ଦିନ ହଜାର ହଜାର ଲୋକେ ଯାତାୟାତ କରିଥାନ୍ତି । ଲୋକେ ଅନେକ ଥର ଦୁର୍ଘଟଣାର ଶିକାର ହୋଇ ମୃତୁ୍ୟମୁଖରୁ ଅଳ୍ପକେ ବର୍ତ୍ତିଯାଇଥିବା କଥା ଅଞ୍ଚଳର ଲୋକେ ପ୍ରକାଶ କରନ୍ତି । ତେଣୁ ତୁରନ୍ତ ରାସ୍ତା ମରାମତି କରିବା ପାଇଁ ସାଧାରଣରେ ଦାବି ହେଉଛି । ଏ ନେଇ ବିଭାଗୀୟ ଯନ୍ତ୍ରୀକୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରାଯାଇଥିବାବେଳେ ସମ୍ଭବପର ହୋଇନଥିଲା ।