ଶୋଚନୀୟ ରାସ୍ତା, ଯାତାୟାତ ଠପ୍ 

 ବିଶୋଇ: ବିଏସଏନ୍ଏଲ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ପାଇଁ ରାସ୍ତା ଅବସ୍ଥା ବେହାଲ୍ । ମାଟି ରାସ୍ତାରେ ବିରାଟ ବିରାଟ ଗର୍ତ୍ତ ଯୋଗୁଁ ଚଳପ୍ରଚଳ ଏକ ପ୍ରକାର ଠପ୍ ହୋଇଯାଇଛି । ପ୍ରକାଶ ଯେ, ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ସାରଗଡା ପଞ୍ଚାୟତ ଅଧିନ ହାତୀଛାଡ଼, କାରାମବେଡ଼ା ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଗାଁ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି । ଅଭିଯୋଗ ମତେ ଗତ କିଛିଦିନ ପୂର୍ବରୁ ବିଏସଏନଏଲ୍ କେବୁଲ ବିଛାଇବା ପାଇଁ ରାସ୍ତା ପାର୍ଶ୍ୱ ଖୋଳି କେବୁଲ୍ ବିଛାଇଥିଲା, କିନ୍ତୁ ମାଟି ପକାଇ ଠିକ୍ ସେ ସମତଳ କରିନଥିଲା । ଯାହାଫଳରେ ବର୍ଷା ହେବା ପରେ କାଦୁଅରେ ରାସ୍ତାଟି ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଗାଡ଼ି, ମଟର ଯିବାର ତ ଦୂରର କଥା ଚାଲିଯିବା ମଧ୍ୟ କାଠିକର ପାଠ । ଏ ନେଇ ସ୍ଥାନୀୟ ସମାଜସେବୀ ବିକାଶ ଦେହୁରୀ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଫଳ ଶୂନ । ଯଥାଶୀଘ୍ର ରାସ୍ତାର ମରାମତି ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।