ଏନ୍ଏସି ଦାବିରେ ଆନେ୍ଦାଳନକୁ ଓହ୍ଲାଇଲା ବିଜେଡି
ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବଜାର ବିଜ୍ଞାପିତ ଅଞ୍ଚଳ ମାନ୍ୟତାରୁ ବାଦ ପଡିବା ପରେ ଖଇରାରେ ପ୍ରତିବାଦର ସ୍ୱର ତୀବ୍ର ହେବାରେ ଲାଗିଛି । ପ୍ରଥମେ ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଗଠିତ ଖଇରା ସ୍ୱାଭିମାନ ମଞ୍ଚ ଦ୍ୱାରା ଖଇରା ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହେବାର ଗୋଟିଏ ଦିନ ପରେ ବିଜେଡି ପକ୍ଷରୁ ଶନିବାର ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଖଇରା ବନ୍ଦ ପାଇଁ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏଥିରେ ଯୋଗ ଦେଇ ସେ ବିଧାୟକ ଥିବା ସମୟରେ ନବୀନ ବାବୁ ଖଇରା ସମେତ ଓଡିଶାର ୫୭ ଟି ସହରକୁ ବିଜ୍ଞାପିତ ଅଞ୍ଚଳ ମାନ୍ୟତା ପ୍ରଦାନ କରିଥିଲେ । ହେଲେ ସରକାର ବଦଳିବା ପରେ ବର୍ତ୍ତମାନର ଭାଜପା ସରକାର ପୁରୁଣା ଘୋଷଣାକୁ ବାତିଲ କରିବା ସହ ନୂତନ ଭାବେ ୨ପର୍ଯ୍ୟାୟରେ ଏନ୍ଏସି ଘୋଷଣା ପରେ ମଧ୍ୟ ଖଇରା ସମେତ ୩୯ଟି ସହରକୁ ବଞ୍ଚôତ କରି ରଖାଯାଇଛି । ଉଦ୍ବେଗ ଓ ଚିନ୍ତାର ବିଷୟ ଏହିକି ଯେ, ସବୁ ପ୍ରକାର ଭିତ୍ତିଭୂମି ଥାଇ ଖଇରାକୁ ବାଦ ଦିଆଯାଇଛି । ଭାଜପା ସରକାର ଖଇରାବାସୀଙ୍କୁ ପ୍ରତାରିତ କରିଛନ୍ତି । ତେଣୁ ବିଜେଡି କେବଳ ଖଇରା ବନ୍ଦରେ ପ୍ରତିବାଦକୁ ସିମିତ ନ ରଖି ଆଗାମୀ ଦିନରେ ଆନେ୍ଦାଳନକୁ ଜୋରଦାର କରିବ । ଯଦି ସରକାର ଏ ବିଷୟରେ କର୍ଣ୍ଣପାତ ନ କରନ୍ତି ବା ଖଇରାକୁ ଏନ୍ଏସିର ମାନ୍ୟତା ନ ଦିଅନ୍ତି, ତେବେ ଆବଶ୍ୟକ ପଡିଲେ ଖଇରା ବ୍ଲକର ୩୭ ପଞ୍ଚାୟତରେ ଏହି ଆନେ୍ଦାଳନକୁ ବ୍ୟାପକ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି । ଏଥିରେ ସହଯୋଗ କରିବାକୁ ଖଇରାର ସବୁ ସଙ୍ଗଠନକୁ ଅନୁରୋଧ କରିବା ସହ ସ୍ୱାଭିମାନ ମଞ୍ଚର ଆନେ୍ଦାଳନକୁ ସମର୍ଥନ ଜଣାଇଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଖଇରା ସରପଞ୍ଚ ମାଳତୀ ସେଠୀ, ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ମହାପାତ୍ର, ସାରୁଗାଁ ସମିତିସଭ୍ୟା ପ୍ରତିନିଧି ଜିତେନ୍ଦ୍ର ବେହେରା, ଗୋବିନ୍ଦପୁର ସମିତିସଭ୍ୟା ପ୍ରତିନିଧି ଅନନ୍ତ ପ୍ରସାଦ ବାରିକ, ଅମରିଆ ସରପଞ୍ଚ ସସ୍ମିତା ଧିନ୍ଦା, ଗରସଙ୍ଗ ସରପଞ୍ଚ ରାଜେନ୍ଦ୍ର ଦାସ, ରବିନ୍ଦ୍ର ବେହେରା, ଈଶ୍ୱର ଦାସ, ଟୁନି ଧିନ୍ଦା, ଶଶାଙ୍କ ମହାପାତ୍ର, ବିଜୟ ବାରିକ, କମଳାକାନ୍ତ ନାୟକ, ଦିପକ କୁମାର ସୂତାରଙ୍କ ସମେତ ୩୦ରୁ ଊଦ୍ଧ୍ୱର୍ ସମର୍ଥକ ଉପସ୍ଥିତ ଥିଲେ ।