ଶ୍ମଶାନ ଭୂଇଁକୁ ଲୁଟିନେଲେ କର୍ମଚାରୀ

ସୁକିନ୍ଦା : ଶ୍ମସାନ ଭୂଇଁକୁ ବଳ ପୂର୍ବକ କବଜା କରିବା ସହ ମେସିନ ଲଗାଇ ଚାଷ ଜମି କରାଯିବା ଘଟଣା କ୍ରମ ଉପରେ ସିଭିଲ ସୋସାଇଟ ପକ୍ଷରୁ ଅଭିଯୋଗପରେ ତହସିଲଦାର ତଦନ୍ତ ନିର୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ ସୁକିନ୍ଦା ତହସିଲ ଅଧିନ ଦୁଧୁଯୋରି  ପଂଚାୟତ ବଉଳପାଳ ଗାଁର ଶ୍ମସାନ ଜମିକୁ ଗୋଟିଏ ପରିବାରରଚାରି ଜଣ ସରକାରୀ କର୍ମଚାରୀ କବଜା କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ତଦନ୍ତ ନିର୍ଦେଶ ଦେବା ପରେ ଶ୍ମସାନ ଜମିକୁ ସରକାରୀ ଲୁଟ କରିବା ଘଟଣା ସାମ୍ନାକୁ ଆସିଛି । ସୁକିନ୍ଦା ତହସିଲ ଅଧିନ ବଉଳପାଳ ଗାଁ ପୋଖରୀ ସନ୍ନିକଟରେ କାହିଁ କେଉଁ କାଳରୁ ଶବ ସକôାର ପାଇଁ ଶ୍ମସାନ ଜମି ରହିଛି । ଗ୍ରାମବାସୀ ଶବ ପୋତିବା ହେଉ କି ପୋତାପୋଡ଼ି କରି ଆସୁଛନ୍ତି । କିନ୍ତୁ ଉକ୍ତ ଶ୍ମସାନ ଜମିକୁ ଚଞ୍ଚକତାରେ ବଉଳପାଳ ଗ୍ରାମର ଛବି ପାତ୍ରଙ୍କ ପରିବାର ଅକ୍ତିଆର କରିଥିବା ଅଭିଯୋଗ ହୋଇଛି । ଛବି ପାତ୍ରଙ୍କ ବଡ଼ ପୁଅ ଅଭୟ କୁହିକା ମହାଗିରି ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ଅଭୟଙ୍କ ପନôୀ ମଧ୍ୟ ଶିକ୍ଷୟତୀ୍ର ଭାବେ କାର୍ଯ୍ୟ କରୁଛନ୍ତି । ଛବି ଙ୍କ ସାନ ପୁଅ ଚକ୍ରଧରରେଲ ବିଭାଗରେ କାର୍ଯ୍ୟ କରୁଛନ୍ତି । ଛବି ପନôୀ ଅଙ୍ଗନବାଡ଼ି କର୍ମି ଥିବା ବେଳେ ନିଜ ପରିବାର ନାଁରେ ଚାଷ ଜମିର ପଟ୍ଟା ମଧ୍ୟ ରହିଛି । ଏଭଳିସ୍ଥଳେ ଶ୍ମସାନ ପଡିଆ ଜମିକୁ ମେସିନ ଲଗାଇ ମାଟି ତାଡି ଚାଷ ଜମି କରି ବଳ ପୂର୍ବକ ଅକ୍ତିୟାର କରାଯାଇଛି । ଛବିଙ୍କ ବଡ଼ ପୁଅ ଅଭୟ ଶିକ୍ଷକ ନେତା ଓ ଦଳିତ ନେତା କହି ଶ୍ମସାନ ମାଟିକୁ ଲୁଟି ନେଇଥିବା ଅଭିଯୋଗ ହେଉଛି । ଏସମ୍ପର୍କରେ ସିଭିଲ ସୋସାଇଟ ପକ୍ଷରୁ ସୁକିନ୍ଦା ତହସିଲଦାରଙ୍କ ନିକଟରେ ଅଭିଯୋଗପରେ ତହସିଲଦାର ସ୍ଥାନୀୟ ଆରଆଇଙ୍କୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିବା ସୂଚନା ହସ୍ତଗତ ହୋଇଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସୁକିନ୍ଦା ତହସିଲଦାର ପ୍ରତିଶୁତି ଦେଇଥିବା ଜଣାପଡିଛି ।