କାନ୍ଥ ଭୁଶୁଡ଼ି ମହିଳା ଗୁରୁତର
ବୁଗୁଡା : ବୁଗୁଡ଼ା ବ୍ଲକ ଭାମଶ୍ୟାଳି ଗ୍ରାମରେ କାନ୍ଥ ଭୁଷୁଡି ଉପରେ ପଡିବାରୁ ଜନୈକା ମହିଳା ଗୁରୁତର ହୋଇ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଗୁରୁତର ମହିଳା ଜଣକ ହେଲେ ଲଡୁ କିଶୋର ଦାସଙ୍କ ପନôୀ ସାବିତ୍ରୀ ଦାସ(୬୦) । ଘଟଣାରୁ ପ୍ରକାଶ ଯେ, ଆଜି ସକାଳ ପ୍ରାୟ ସାଢେ ଆଠଟା ସମୟରେ ସାବିତ୍ରୀ ବାରିପଟେ ଗାଧୁଆ ସାରି ଫେରୁଥିବା ବେଳେ ତାଙ୍କ ପଡୋଶୀ ପୁରୁଷୋତ୍ତମ ନାୟକଙ୍କ ଚାଳଘର କାନ୍ଥଟି ହଠାତ୍ ଭୁଷୁଡି ଯାଇ ସାବିତ୍ରୀଙ୍କ ଉପରେ ପଡିଯାଇଥିଲା । ତାଙ୍କୁ ସେଠାରୁ ଆହତ ଅବସ୍ଥାରେ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ତାଙ୍କର ଶରୀରର ବିଭିନ୍ନ ଜାଗାରେ ଖଣ୍ଡିଆ ଖାବରା ସହିତ ଡାହାଣ ଗୋଡ ଭାଙ୍ଗି ଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିସôା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ।