ଫସଲ ବୀମା କର୍ମଶାଳା

ଜୟପୁର : କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ଜୟପୁର ମୁଖ୍ୟ କାର୍ଯ୍ୟାଳୟ ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା  ଏବଂ କୃଷି ମିଆଦି ଋଣ ଉପରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବ୍ୟାଙ୍କର ସଭାପତି ଇଂ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ସମବାୟ ସମିତି ସମୂହ ଉପ ନିବନ୍ଧକ ଭୀମସେନ ସାହୁ, ଡିଡିଏମ୍ ଦେବେନ୍ଦ୍ର ପ୍ରଧାନ ଅଂଶଗ୍ରହଣ କରିଥିଲେ ।  ସଭାରେ ଇଂ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ସଭାପତିତ୍ୱ କରିଥିବାବେଳେ  ସମ୍ପାଦକ  ଅତୁଲ୍ୟ କୁମାର ମଲ୍ଲିକ ସଭା ପରିଚାଳନା କରିଥିଲେ । ଏହି ଅବସରରେ ନିଜର ଅଭିଭାଷଣରେ ସଭାପତି ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ବ୍ୟାଙ୍କିଙ୍ଗ ସୁବିଧା, କୃଷି ଋଣ ଉପରେ ଆଲୋକପାତ କରିଥିଲେ ।  ବ୍ୟାଙ୍କ ପରିଚାଳକ ମନୋଜ କୁମାର ସାହୁ ଫସଲ ବୀମା ଯୋଜନା ଉପରେ ପୁଙ୍ଖାନୁ ପୁଙ୍ଖ ଭାବରେ ଚାଷୀମାନଙ୍କୁ ଅବଗତ କରିଥିଲେ । ଉକ୍ତ ସଭାରେ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କର ସଦର ଶାଖା ଦ୍ୱାରା କୃଷି ମିଆଦି ଋଣରେ ସୁଶାନ୍ତ ଗାନ୍ତ, କୁମାର ପାଢ଼ୀଙ୍କୁ ଗୋଟିଏ ପାୱାର ଟ୍ରିଲର ଓ ଦୁଇ ଗୋଟି କୃଷି ମିଅଦ ଋଣ ବୋରିଗୁମ୍ମା ଶାଖାରୁ ମିଆଦି ଋଣ ଶିଶିର କୁମାର ଷଡ଼ଙ୍ଗୀ ଓ ଉଷା ରାଣୀ ପଣ୍ଡାଙ୍କୁ ଋଣ ପ୍ରଦାନ କରାଯାଇଥିଲା ।