ରକ୍ତଦାନ ଶିବିର

ଜଟଣୀ : ଜଟଣୀ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ, ରେଡ଼ ରିବନ୍ କ୍ଲବ ଓ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜୀବ କୁମାର କରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ଆଶ୍ଚର୍ଯ୍ୟ କୁମାର କର ଓ ଇତିହାସ ବିଭାଗର ଅଧ୍ୟାପକ ତଥା ଜାତୀୟ ସେବା ଯୋଜନାର ଅଧିକାରୀ ଡ. ସୁଶାନ୍ତ ବାରିକ ରକ୍ତଦାନ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ରକ୍ତଦାନ କରିବା ନିମନ୍ତେ ଉସôାହିତ କରିଥିଲେ । ଏହି ଶିବିରରେ ସମୁଦାୟ ୩୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ୩୩ ଜଣ ଛାତ୍ରଛାତ୍ରୀ ରକ୍ତଦାନ କରିଥିଲେ । ଜଟଣୀ ସୁରକ୍ଷା ମଞ୍ଚ କର୍ମକର୍ତ୍ତାଙ୍କ ସହ ଖୋର୍ଦ୍ଧା ରକ୍ତଭଣ୍ଡାର ଅଧିକାରୀ ଡ. ସୌରଭ ରାଏଙ୍କ ତତ୍ତ୍ୱାବଧାନରେ ଏହି ଶିବିର ପରିଚାଳିତ ହୋଇଥିଲା । ଶେଷରେ ରକ୍ତଦାତାମାନଙ୍କୁ ମାନପତ୍ର ଓ ପରିଚୟ ପତ୍ର ପ୍ରଦାନ କରିବା ସହ ଯୁବ ରେଡ଼କ୍ରସର କାଉଁସେଲର ଅଧ୍ୟାପିକା ପରମିତା ପ୍ରହରାଜ, ଅଧ୍ୟାପକ କାର୍ତ୍ତିକଚନ୍ଦ୍ର ଦାସ, ଡ. ଆଲୋକ କୁମାର ଛୋଟରାୟଙ୍କ ସହିତ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଅଜିତ କୁମାର ସୁନ୍ଦରାୟ, ଡ. ଅନୁପ କୁମାର ମହାନ୍ତି, ଡ. ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଡ. ଅମିତ ବିକ୍୍ରମ ପଟ୍ଟନାୟକ, ମିସ୍ ସ୍ନେହାଶୋଭାଙ୍ଗି, ପ୍ରଭାସିନୀ ଦଳେଇ ଓ ସୁପି୍ରୟା ମିଶ୍ର ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଖୋର୍ଦ୍ଧା ରକ୍ତଭଣ୍ଡାରର କର୍ମଚାରୀ ଅରୁଣ କୁମାର ସାହୁ, ଝୁନୁଲତା ସାହୁ ମଧ୍ୟ ସହଯୋଗ କରିଥିଲେ । ଜଟଣୀ ସୁରକ୍ଷା ମଞ୍ଚର ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ, ନିଳାମ୍ବର ମିଶ୍ର, ସୁରେଶ ଚନ୍ଦ୍ର ବେହେରା, ଚିତ୍ତରଞ୍ଜନ ସ୍ୱାଇଁ, କୈଳାସ ପଟ୍ଟନାୟକ, ରାଜକିଶୋର ବାରିକ, ସୁଧାଂଶୁ ସାମନ୍ତରାୟ ଓ ହୃଷିକେଶ ସେଠୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ  ।