କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ

 କନ୍ଧମାଳ/ଫୁଲବାଣୀ: ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ସମାବେଶ  । ଶତାଧିକ ଦଳୀୟ କର୍ମୀ ସ୍ଥାନୀୟ ମାଦିକୁନ୍ଦା ଛକଠାରୁ ଏକ ରାଲିରେ ବାହାରି ସହର ପରିକ୍ରମା କରିଥିଲା  । ଏହା ପରେ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚô ସେଠାରେ ସଭାର ଆୟୋଜନ ହୋଇଥିଲା  । ଦଳୀୟ ନେତା ମାନେ ଉଦ୍ବୋଧନ ଦେଇ ବିଜେପି ସମ୍ବିଧାନ ଉପରେ ଆକ୍ରମଣ କରୁଛି କହି ପ୍ରତିବାଦ କରିଥିଲେ । ଦେଶରେ କଂଗ୍ରେସ ଦଳ ଥିବା ପର୍ଯ୍ୟନ୍ତ ବାବା ସାହେବଙ୍କ ପ୍ରଣୀତ ସମ୍ବିଧାନ ଉପରେ କୌଣସି ଆଞ୍ଚ୍ ଆସିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି କଂଗ୍ରେସର ନେତା । ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ପରିଡାଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପିସିସି ଉପସଭାପତି ରମେଶ ଚନ୍ଦ୍ର ଜେନା, ଜି. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ରାୟଗଡ଼ା ବିଧାୟକ ଆପଲ ସ୍ୱାମୀ କାଡ୍ରାକା, ପିସିସି ସମ୍ପାଦକ ରୁପକ ତୁରୁକ, ପର୍ଯ୍ୟବେକ୍ଷକ ହଳଧର ସେଠୀ, ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ନକୁଳ ନାୟକ, ପୂର୍ବତନ ବିଧାୟକ ଅଭିମନୁ୍ୟ ବେହେରା, ଜାକବ ପ୍ରଧାନ, ଘନ ଶବରଙ୍କ ସମେତ ଜିଲ୍ଲାସ୍ତରୀୟ ନେତା ଓ କର୍ମୀ ସାମିଲ ଥିଲେ ।