ଚାଷୀ ଓ ବୈଜ୍ଞାନିକ ଆଲୋଚନା 

କେନ୍ଦ୍ରାପଡା:  କେନ୍ଦ୍ରାପଡା ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂ ଶାସିତ କଲେଜ ପଡିଆରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଚାଷୀ ଓ ବୈଜ୍ଞାନିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପଶୁ ସମ୍ପଦ ବିଭାଗର ଡ. ମୃତୁ୍ୟଞ୍ଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମସô୍ୟ ବିଜ୍ଞାନ ବିଭାଗର ଡ. ସନ୍ତୋଷ ଉଦଗାତା, ଆରଚିମନ ଲହରୀ, ଡ. ଖୁଣ୍ଟିଆ ମୁର୍ମୁ ପ୍ରାଣୀ ସମ୍ପଦ ବିଭାଗ ଡ. ବୀର କିଶୋର ପରିଡା, ରବୀନ୍ଦ୍ର ମହୋନ ମହାରଥୀ, ଡ. ପ୍ରଭଞ୍ଜନ କବି, ଡ. ବିବେକାନନ୍ଦ ସାହୁ, ଡ. ସୁଆଣୁ ଶେଖର ଓ ଜିଲ୍ଲା ମସô୍ୟ ଅଧିକାରୀ ଶଶାଙ୍କ ଶେଖର ସାହୁ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ୯ଟି ବ୍ଲକର ବିଭିନ୍ନ ପଂଚାୟତରୁ ଆସିଥିବା ହଜାରରୁ ଊଦ୍ଧ୍ୱର୍ ଚାଷୀଙ୍କୁ ଲିଙ୍ଗ ନିରୂପିତ ହୀମିକୃତ ଶୁକ୍ର, ଉର୍ମି କମ୍ପୋଷ୍ଟ ଓ ଗୋଶାଳା, ମତ୍ସ୍ୟଚାଷର ଉପକାରିତା, ଜିଆ ଖତ ମାଧ୍ୟମରେ ଆୟକୁ ଦ୍ୱିଗୁଣିତ କରିବା ସମ୍ପର୍କରେ ଉପସ୍ଥିତ ଥିବା ଚାଷୀଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମରେ ଚାଷୀମାନେ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ବୈଜ୍ଞାନିକଙ୍କ ଠାରୁ ପଚାରି ବୁଝିବା ସହ ସମସ୍ୟା ସମ୍ପର୍କରେ ସମାଧାନ କରିଥିଲେ ।