ସାଇ ମନ୍ଦିରର ବାର୍ଷିକୋତ୍ସବ
କେନ୍ଦ୍ରାପଡା: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ସାଇବିହାର ସ୍ଥିତ ସିରିଡି ସାଇ ମନ୍ଦିରର ଜନ୍ମ ଉତ୍ସବ ଓ ରାମନବମୀ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳ ସମୟରେ କଳସଧିବାସ କରାଯିବା ପରେ ଶାନ୍ତି ହୋମ କରାଯାଇଥିଲା । ଏହାପରେ ମହାଭିଷେକ ଓ ଦିନ ୧୨ଟା ସମୟରେ ମହାଆଳତୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟିକା ଡଃ ସିପ୍ରା ମଲ୍ଲିକ, ନନ୍ଦ କିଶୋର ପରିଡା, ଶ୍ରୀଧର ସାମଲ, ସମ୍ବିତ୍ ଶ୍ରୀଚନ୍ଦନ, ବୈଷ୍ଣବ କୈଳାସ ଓ ରାଜେଶ ପଣ୍ଡା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ପୂର୍ବତନ ସାଂସଦ ତଥା ସାଇ ମନ୍ଦିରର ଟ୍ରଷ୍ଟି ଅର୍ଚ୍ଚନା ନାୟକଙ୍କ ତତ୍ତ୍ୱାବଧାନରେ ବିକ୍ରମାଦିତ୍ୟ ସାହୁ, ପ୍ରଦୀପ ଦାସ, ନିରଞ୍ଜନ ସାହୁ, କାଳୀ ପ୍ରସାଦ ମହାରଣା, ଟିଟନ ମହାନ୍ତି, ଦୀପକ ବେହେରା, ଅଭୟ ରାଉତ, ଦୀପକ ଦାସ, ସନାତନ ଚୌଧୁରୀ, ଶଙ୍କର ମହାରଣା, ଗଣେଶ, ମାନସ ଧଳ, ସରିତା ଦାସ ଅମିତ ପାଇକରାୟ, ଚିତ୍ତରଞ୍ଜନ ଧଳ, ସୂରୁପ ରାଉତରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିସହିତ ସାଇ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାଇ କଲୋନୀର ସଦସ୍ୟ ଏବଂ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ସିରିଡି ସାଇ ବାବାଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିଲେ ।